Home ଜିଲ୍ଲା ପରିକ୍ରମା ବରଗଡ଼-ବଲାଙ୍ଗୀରକୁ ଚାରି ଲେନ ବିଶିଷ୍ଟ ରାଜପଥ ନିର୍ମାଣ ନେଇ ବିଜେଡିର ଦାବିପତ୍ର ପ୍ରଦାନ

ବରଗଡ଼-ବଲାଙ୍ଗୀରକୁ ଚାରି ଲେନ ବିଶିଷ୍ଟ ରାଜପଥ ନିର୍ମାଣ ନେଇ ବିଜେଡିର ଦାବିପତ୍ର ପ୍ରଦାନ

106

ବଲାଙ୍ଗୀର, ୨୪-୦୬, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଭାରତ ସରକାରଙ୍କ ରାସ୍ତା ପରିବହନ ଓ ରାଜପଥ ବିଭାଗ ଦ୍ଵାରା ମଞ୍ଜୁର ହୋଇଥିବା ବରଗଡ-ବୋରିଗୁମା ୨୬ ନମ୍ବର ଜାତୀୟ ରାଜପଥର ବରଗଡରୁ ବଲାଙ୍ଗୀର ପର୍ଯ୍ୟନ୍ତ ଉନ୍ନତି କରଣ ମଧ୍ୟରେ, ବଲାଙ୍ଗୀରରୁ ବରପାଲି ଚାରି ଲେନ ବିଶିଷ୍ଟ ଓ ବରପାଲି ରୁ ବଲାଙ୍ଗୀର ଦୁଇ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରି ମିଳିଥିଲା। ଯାହାକି ବଲାଙ୍ଗୀର ପାଇଁ କେନ୍ଦ୍ର ସରକାରଙ୍କ ଏକ ବୈମାତୃକ ମନୋଭାବ ବୋଲି ଜିଲ୍ଲା ଯୁବ ବିଜେଡି କମିଟି ତରଫରୁ ଅଭିଯୋଗ କରାଯାଇଛି। ଏହା ସ୍ଥାନୀୟ ସାଂସଦ ଙ୍କ ଅପାରଗତା ବୋଲି କୁହାଯାଇଛି। ଏହି କାର୍ଯ୍ୟ ର ଜିଲ୍ଲା ବିଜେଡି କାର୍ଯ୍ୟକର୍ତା ତୀବ୍ର ନିନ୍ଦା କରିବା ସହ ବଲାଙ୍ଗୀର ର ପୂର୍ବତନ ସାଂସଦ କାଲିକେଶ ନାରାୟଣ ସିଂ ଦେଓ ଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା ଏକ ଦାବିପତ୍ର ବଲାଙ୍ଗୀର ଜିଲ୍ଲାପାଳ ଙ୍କ ଜରୀଆରେ ଭାରତ ସରକାରଙ୍କ ରାସ୍ତା ଓ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରି ଙ୍କୁ ପ୍ରଦାନ କରାଯାଇଛି। ବରପାଲି ରୁ ବଲାଙ୍ଗୀର ଚାରି ଲେନ ବିଶିଷ୍ଟ ରାଜପଥ ନିର୍ମାଣ କରାଯାଉ ବୋଲି ଦାବି ପ୍ରକାଶ କରିଛନ୍ତି।ସେହିପରି ମୁଖ୍ୟମନ୍ତ୍ରୀ ମଧ୍ଯ ଏ ଦିଗରେ ହସ୍ତକ୍ଷେପ କରିବା ଦରକାର ବୋଲି ପ୍ରକାଶ କରିଥିଲେ। ଏହି ସମୟରେ ବଲାଙ୍ଗୀର ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗୀ, ଛାତ୍ର ସଭାପତି ଗୁଞ୍ଜ ଖାନ, ଅଶୋକ ମହାନ୍ତି, ଓଁକାର ନାୟକ, ଲକ୍ଷ୍ମଣ ମେହେର, ଜୟରାମ ମିଶ୍ର, ଭଗବାନ ବଗର୍ତ୍ତି, ଶିବ ପ୍ରସାଦ ବେହେରା, ସଂଜୀବ ମିଶ୍ର, ମହେନ୍ଦ୍ର ବାଗ ତଥା ଅନେକ କାର୍ଯ୍ୟକର୍ତା ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.