Home Coronavirus Outbreak ଦେଶରେ ଗତ ୨୪ ଘଣ୍ଟାରେ ୧୫୯୬୮ ଟି ନୂଆ ଆକ୍ରାନ୍ତ, ୪୬୫ ମୃତ, ମୋଟ ମୃତ...

ଦେଶରେ ଗତ ୨୪ ଘଣ୍ଟାରେ ୧୫୯୬୮ ଟି ନୂଆ ଆକ୍ରାନ୍ତ, ୪୬୫ ମୃତ, ମୋଟ ମୃତ ୧୪୪୭୬ ମୋଟ ଆକ୍ରାନ୍ତ ୪୫୬୧୮୩

281

ନୂଆ ଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) ଦେଶରେ ମୋଟ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ଚାରି ଲକ୍ଷ ୫୬ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧୬ ହଜାର ନୂଆ କରୋନା ଆକ୍ରାନ୍ତ ରିପୋର୍ଟ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ କରୋନା ଟେଷ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୪୬୫ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ -୧୯ ସଂକ୍ରମିତ ମୋଟ ସଂଖ୍ୟା ୪୫୬୧୮୩ ରେ ପହଞ୍ଚିଛି। ଗତ ଗୋଟିଏ ଦିନରେ ୧୫୯୬୮ ଟି ନୂଆ କରୋନା ଆକ୍ରାନ୍ତ ରେକର୍ଡ଼ ହୋଇଛି।

ବର୍ତ୍ତମାନ ସୁଦ୍ଧା ୧୮୩୦୨୨ ସକ୍ରିୟ ରୋଗୀ ଅଛନ୍ତି ଏବଂ ୨୫୮୬୮୫ ଲୋକ ସୁସ୍ଥ ହୋଇଛନ୍ତି। ଏଥି ସହିତ ମୃତ୍ୟୁସଂଖ୍ୟା ୧୪୪୭୬ କୁ ବୃଦ୍ଧି ପାଇଛି।

ଗତ କିଛି ଦିନ ମଧ୍ୟରେ କରୋନା ଟେଷ୍ଟର ଗତି ମଧ୍ୟ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.