Home କନ୍ଧମାଳ କନ୍ଧମାଳର ଶହୀଦ ଜବାନ ଚନ୍ଦ୍ରକାନ୍ତ ପୂର୍ବରୁ ଆଶଙ୍କା କରିଥିଲେ ସୀମାରେ କିଛି ଅଘଟଣ ଘଟିପାରେ

କନ୍ଧମାଳର ଶହୀଦ ଜବାନ ଚନ୍ଦ୍ରକାନ୍ତ ପୂର୍ବରୁ ଆଶଙ୍କା କରିଥିଲେ ସୀମାରେ କିଛି ଅଘଟଣ ଘଟିପାରେ

132

ବାଲିଗୁଡା, ୧୯/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଭୟଙ୍କର ସ୍ଥିତି ହେବା ନେଇ ପୂର୍ବରୁ ଆଶଙ୍କା କରି ସାରିଥିଲେ ଶହୀଦ ଯବାନ। ଆଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶହୀଦ ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଭଉଣୀ। ଭାରତ-ଚୀନ ସୀମାରେ ମୁହାଁମୁହିଁ ହେବାର ପ୍ରାୟ ଦୁଇ ସପ୍ତାହ ତଳେ ଚନ୍ଦ୍ରକାନ୍ତ ନିଜ ଘରକୁ ଫୋନ କରି କହିଥିଲେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଏଣୁ ପିତା ମାତାଙ୍କ ଦେଖାରଖା କରିବା ପାଇଁ ନିଜ ଭଉଣୀଙ୍କୁ କହିଥିଲେ।ଭାରତ ଓ ଚୀନ ଭିତରେ ବଢୁଥିବା ତିକ୍ତତାକୁ ଦେଖି ଗଲୱାନ ଘାଟିରେ ମୁତୟନ ଯବାନ ସମ୍ଭାବ୍ୟ ଯୁଦ୍ଧ ନେଇ ଆଶଙ୍କା କରି ସାରିଥିଲେ। ଏନେଇ ଶହୀଦ ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ନିଜ ଘରକୁ ଫୋନ କରିଥିଲେ। କହିଥିଲେ ଭାରତ-ଚୀନ ସୀମାରେ ସ୍ଥିତି ଭଲ ନାହିଁ।ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ବିଷୟରେ ଜାଣିବା ପରେ ବି ଦେଶମାଟି ପାଇଁ ନିଜ ଜୀବନକୁ ପଛରେ ପକାଇ ସୀମାର ଜାଗ୍ରତ ପ୍ରହାରୀ ସାଜିଥିଲେ ଚନ୍ଦ୍ରକାନ୍ତ। ଆଉ ଚୀନ ସୈନିକଙ୍କ ସହ ଲଢେଇ କରି ଶେଷରେ ଶହୀଦ ହୋଇଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବିୟର ପଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ।୨୦୧୪ ମସିହାରେ ସେନାରେ ଯୋଗ ଦେଇଥିଲେ ଚନ୍ଦ୍ରକାନ୍ତ। ଆରମ୍ଭରୁ ହଁ କହି ଆସୁଥିଲେ ଦେଶ ପାଇଁ ଜୀବନ ଦେବେ। ଶେଷରେ ଦେଶର ଅଖଣ୍ଡତା ପାଇଁ ଲଢେଇ କରି ଶହୀଦ ହୋଇଛନ୍ତି ଏହି ବୀର ଓଡିଆ ପୁଅ। ଚନ୍ଦ୍ରକାନ୍ତଙ୍କ ସହ ମୟୁରଭଞ୍ଜର ନନ୍ଦୁରାମ ସୋରେନ ବି ସୀମାରେ ସାହସର ସହ ଲଢିଛନ୍ତି ଓ ଶହୀଦ ହୋଇଛନ୍ତି, ସାରା ଦେଶ ପାଇଁ କିନ୍ତୁ ସବୁଦିନ ଏମାନେ ଅମର ହୋଇ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.