Home ଓଡ଼ିଶା “ଘରେ ଯୋଗ, ପରିବାର ସହିତ ଯୋଗ” ଅଭିଯାନ ନେଇ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୦ ପାଳନ...

“ଘରେ ଯୋଗ, ପରିବାର ସହିତ ଯୋଗ” ଅଭିଯାନ ନେଇ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୦ ପାଳନ ପାଇଁ ପ୍ରସ୍ତୁତ ହେଉଛି ଆୟୁଷ ମନ୍ତ୍ରଣାଳୟ

177

ନୂଆଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) କୋଭିଡ-୧୯ ବୈଶ୍ଵିକ ମହାମାରୀ ଯୋଗୁଁ ଦୈନନ୍ଦିନ ଜୀବନ ଯାତ୍ରାରେ କଟକଣା ଓ ବିଭିନ୍ନ କାର୍ଯ୍ୟକଳାପରେ ମଧ୍ୟ ଶିଥିଳତା ଦେଖାଦେଇଛି। ସେଦୃଷ୍ଟିରୁ ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗ ଦିବସକୁ ସ୍ୱାସ୍ଥ୍ୟ ରକ୍ଷା ଓ ମାନସିକ ଅବସାଦ ଦୂରୀକରଣର ବାର୍ତ୍ତାବହ ଭାବେ ପାଳନ କରାଯିବ। ସେ ଦୃଷ୍ଟିରୁ ଆୟୁଷ ମନ୍ତ୍ରଣାଳୟ ଏକ ତାଲିମ ଭିତ୍ତିକ କାର୍ଯ୍ୟକ୍ରମର ପରିକଳ୍ପନା କରିଛି, ଯାହାକି ଜୁନ ୨୧ ତାରିଖ ସକାଳ ୬.୦୩ ସମୟରେ ଦୂରଦର୍ଶନରେ ପ୍ରସାରିତ ହେବ। ବର୍ତ୍ତମାନର ନୂତନ ଦୃଶ୍ୟପଟ୍ଟ ପରିପ୍ରେକ୍ଷୀରେ ଘରେ ଯୋଗ କରିବା ଓ ସ୍ୱାସ୍ଥ୍ୟ ରକ୍ଷା ଉପରେ ଧ୍ୟାନ ଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। “ଘରେ ଯୋଗ ପରିବାର ସହ ଯୋଗ”କୁ ସେ ଦୃଷ୍ଟିରୁ ଆୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଆଧାର ଭାବେ ଗ୍ରହଣ କରିଛି।

ପ୍ରତିବର୍ଷ ଜୁନ ୨୧ ତାରିଖ ଦିନ ବିଶ୍ଵବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଇଥାଏ। ପୂର୍ବ ବର୍ଷରେ ଏହି ଦିବସକୁ ଦେଶବାସୀ ଭାରତର ସଂସ୍କୃତି ଓ ପରମ୍ପରା ଭାବେ ପାଳନ କରିଥିଲେ। ମାତ୍ର ଚଳିତ ବର୍ଷ ଜରୁରିକାଳୀନ ବ୍ୟବସ୍ଥା ମଧ୍ୟରେ ଏହି ଦିବସକୁ ପାଳନ କରିବାକୁ ପଡୁଛି। ସେଦୃଷ୍ଟିରୁ ଏହାକୁ ଉତ୍ତମ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତିର ଆୟୁଦ୍ଧ ଭାବେ ପାଳନ କରାଯାଉଛି।

ଆଜି ସମଗ୍ର ବିଶ୍ଵ କୋଭିଡ-୧୯ ବୈଶ୍ଵିକ ମହାମାରୀ ଯୋଗୁଁ ବିବ୍ରତ ଅବସ୍ଥାରେ ଅଛି। ଶାରୀରିକ ଓ ମାନସିକ ଶାନ୍ତି ଦେଇପାରୁଥିବାରୁ ଯୋଗ ଚଳିତ ବର୍ଷ ପାଇଁ ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପଡିଛି। ସେଦୃଷ୍ଟିରୁ ଜନସାଧାରଣ ମୁଖ୍ୟତଃ ଦୁଇଟି ଲାଭ ପାଇପାରିବେ। ପ୍ରଥମଟି ହେଲା ସାଧାରଣ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧକ ଶକ୍ତିରେ ସକାରାତ୍ମକ ପ୍ରଭାବ, ଦ୍ଵିତୀୟଟି ହେଲା ମାନସିକ ଅବସାଦ ହ୍ରାସ। ୪୫ ମିନିଟ ବ୍ୟାପୀ ସାଧାରଣ ଯୋଗ ପୋର୍ଟାଲ ସମଗ୍ର ବିଶ୍ଵରେ ସର୍ବାଧିକ ଜନପ୍ରିୟ ଯୋଗ କାର୍ଯ୍ୟକ୍ରମ ଭାବେ ମୂଳରୁ ପାଳିତ ହୋଇଆସୁଛି। କେତେକ ସୁପ୍ରସିଦ୍ଧ ଯୋଗଗୁରୁ ସ୍ୱାସ୍ଥ୍ୟ ରକ୍ଷା ଓ ମାନସିକ ଅବସାଦ ଦୂର ପାଇଁ ଏହାକୁ ଯେପରି ପ୍ରତିଦିନ ଘରେ ଅଭ୍ୟାସ କରିହେବ ତାହାର ଉପାୟମାନ ବତାଇଛନ୍ତି। ବୟସ ଓ ଲିଙ୍ଗ ନିର୍ବିଶେଷରେ ଅନଲାଇନ ଯୋଗେ ହେଉ ବା ସରଳ ତାଲିମ ମାଧ୍ୟମରେ ହେଉ ଏହାକୁ ସହଜରେ ଅଭ୍ୟାସ କରିହେବ। ଆୟୁଷ ମନ୍ତ୍ରଣାଳୟର ଯୋଗ ପୋର୍ଟାଲରେ ଯୋଗକୁ ଆପଣାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି। ପ୍ରସାର ଭାରତୀ ପକ୍ଷରୁ ସାଧାରଣ ଯୋଗ ପ୍ରୋଟୋକଲ ଅନୁସାରେ ଜୁନ ୧୧ ତାରିଖରୁ ଡିଡି ଭାରତୀ ସକାଳ ୮ଟା ରୁ ୮.୩୦ ମଧ୍ୟରେ ଦୈନିକ ଏହାକୁ ପ୍ରସାରଣ କରୁଛି। ଏହା ଆୟୁଷ ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ପୋର୍ଟାଲରେ ମଧ୍ୟ ଉପଲବ୍ଧ ହେଉଛି। ସାଧାରଣ ଯୋଗ ପ୍ରୋଟୋକଲ ସହ ଆଗରୁ ପରିଚିତ ଥିଲେ ଲୋକମାନେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ଜୁନ ୨୧ ତାରିଖ ଦିନ ସଂପୂର୍ଣ୍ଣ ରୂପେ ନିଜ ଘରେ ପ୍ରସ୍ତୁତ ରହିବେ। ଏହାଛଡା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଯୋଗଗୁରୁମାନଙ୍କ ଦ୍ଵାରା ପ୍ରଶିକ୍ଷଣ ପ୍ରସାରିତ ହେବ। ଏଥିପାଇଁ ମାଇ ଲାଇଫ ମାଇ ଯୋଗ ନାମକ ଏକ ଭିଡିଓ ବ୍ଲଗିଂ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ବିଭିନ୍ନ ଯୋଗାସନ ପଦ୍ଧତିର ସଂକ୍ଷିପ୍ତ ଦୃଶ୍ୟ ଏଥିରେ ପ୍ରଦର୍ଶିତ ହେବ।

ଦେଶବ୍ୟାପୀ ଘରେ ପରିବାର ସହ ଯୋଗ ଭାବନାକୁ ଅନେକ ଅନୁଷ୍ଠାନ ଓ ଜନସାଧାରଣ ଗ୍ରହଣ କରିନେଇଛନ୍ତି। ମହୀଶୁର ଯୋଗ ମହାସଂଘ ସହ ମହୀଶୁର ଜିଲ୍ଲା ପ୍ରଶାସନ ଏଥିପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ଏଥିରେ ଅନ୍ୟୁନ ୧ ଲକ୍ଷ ନିଜ ନିଜ ଘର ଛାତ ଉପରୁ ଯୋଗାଭ୍ୟାସ ମୁଦ୍ରା ପ୍ରଦର୍ଶନ କରିବେ। ଆନ୍ତର୍ଜାତିନ ନେଚରପାଥି ସଂଗଠନ ଏହାର ୨୫ ଲକ୍ଷ ସଦସ୍ୟଙ୍କୁ ଏହିଦିନ ଘରୁ ଯୋଗାଭ୍ୟାସ କରିବାକୁ ପ୍ରୋତ୍ସାହିତ କରିଛି। ଏହାଛଡା ଆହୁରି ଅନେକ ସଂଗଠନ ଓ ଶିକ୍ଷାନୁଷ୍ଠାନମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେବେ ସେମାନେ ସାମାଜିକ ଗଣମାଧ୍ୟମର ସାହାରା ନେଇ ଯେପରି ଘରେ ଏହା ପାଳନ କରାଯିବ ସେ ଦିଗରେ କାର୍ଯ୍ୟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.