Home ଜିଲ୍ଲା ପରିକ୍ରମା ସଫଳତାର ୫୦ ମାସରେ ଆହାର କେନ୍ଦ୍ର

ସଫଳତାର ୫୦ ମାସରେ ଆହାର କେନ୍ଦ୍ର

68

ନୟାଗଡ଼, ୧୬ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ରୋଟାରୀ କ୍ଳବ ପରିଚାଳନାରେ ଖୋଲା ଯାଇଥିବା ଆହାର କେନ୍ଦ୍ରକୁ ସଫଳତାର ସହ ୫୦ ମାସ ପୁରିଛି। ରାଜ୍ୟ ସରକାରଙ୍କ ଲୋକପ୍ରିୟ ଆହାର ଯୋଜନାରେ ୫ଟଙ୍କା ବିନିମୟରେ ୧୩ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଅଭାବୀ, ଗରୀବ ଲୋକଙ୍କୁ ଆତ୍ମ ସନ୍ତୋଷ ଦେବା ସହ ଭାତ, ଡାଲମା, ଆଚାର ଓ ପାମ୍ପଡ଼ ଯୋଗାଇ ଦେଇ ନିଜର ଉତ୍କର୍ଷତା ବଜାୟ ରଖି ପାରିଛି। ଏପରିକି ଜିଲାର ନୟାଗଡ଼ ସମେତ ରଣପୁର, ଦଶପଲ୍ଲା, ଖଣ୍ଡପଡ଼ା ଓ ଓଡ଼ଗାଁ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ୱ ମଧ୍ୟ ନେଇଛି। ଏହାର ସଫଳତାର ମୂଳ ଉତ୍ସ ରୋଟାରୀ କ୍ଳବୂର ରୋଟାରିଆନମାନଙ୍କ ଧାର୍ମୀକ ଲକ୍ଷ୍ୟର ସଂକଳ୍ପ ବଦ୍ଧତା ବୋଲି ରୋଟାରୀ କ୍ଳବର ମୁଖ୍ୟ ସଂଯୋଜକ ପ୍ରମୋଦ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.