Home ଓଡ଼ିଶା ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଅନବସର ଗୁପ୍ତନୀତି

ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଅନବସର ଗୁପ୍ତନୀତି

94

ପୁରୀ, ୯/୬-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମହାପ୍ରଭୁ ଙ୍କ ସୁନା ଗୋସେଇଁ ସେବା ଏକ ନିଆରା ସେବା। ଶ୍ରୀ ମନ୍ଦିରରେ ସୁନା ଗୋସେଇଁ ଙ୍କ ବର୍ଷ ତମାମ୍ ସେବା ଥିବା ବେଳେ ଅକ୍ଷୟତୃତୀୟା ପରଠାରୁ ଅଣସର ସମୟ ମଧ୍ୟରେ ଏକ ବିଶେଷ ନୀତି କାନ୍ତି ରହିଛି। ଅନବସର ପିଣ୍ଡି ରେ ଗୁପ୍ତ ଉପଚାର ଚାଲିଥିବା ବେଳେ ସୁନା ଗୋସେଇଁ ପ୍ରସ୍ତୁତ କରି ମହାପ୍ରଭୁ ଙ୍କ ପାଇଁ ଯୋଗାଇ ଥାନ୍ତି ପଥି ବା ଅଣସର ମୈଲମ। ଛତିଶା ନିଯୋଗ ର ବିଭିନ୍ନ ସେବକ ସଂପ୍ରଦାୟ ଙ୍କ କର୍ଣ୍ଣଗୁରୁ ଭାବେ ପରିଚିତ ଏହି ସୁନା ଗୋସେଇଁ ୭ ଟି ବିର୍ଯ୍ୟ ମନ୍ତ୍ର କୁ ନେବା ପରେ ସାଢୀ ବାନ୍ଧିବା ପାଇଁ ଯୋଗ୍ୟ ହୁଅନ୍ତି ସେବାୟତ। ଭିତର ଚନ୍ଦନ ବାହାର ଚନ୍ଦନରେ ବିଭିନ୍ନ ନୀତି ସହ ଅଁଳା ବେଢା ରେ ଚିତା, ବାମନ ଜନ୍ମ ଭଳି ମହାପ୍ରଭୁ ଙ୍କ ବିଭିନ୍ନ ନୀତିରେ ଅଳକା ଗେରୁ କୁଷ ଯୋଗାଇବା ଭଳି ଇମିତି ଅନେକ ସେବା ରହିଥାଏ ସୁନା ଗୋସେଇଁ ଙ୍କର। ପହଣ୍ଡି ରେ ଡୋର ଧରିବା ଚାପରେ ଚାମର ଆଲଟ ଓ ସିଂହାସନ ମାଜଣା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସେବା କରିଥାନ୍ତି ସୁନା ଗୋସେଇଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.