Home ଓଡ଼ିଶା ମ୍ୟାଲେରିଆ ପରୀକ୍ଷାଗାରରେ ଏଚ.ଆଇ.ଭି ପରୀକ୍ଷା – ଏଡ୍ସ ଆକ୍ରାନ୍ତଙ୍କ କକ୍ଷରେ ବ୍ଲଡ଼ପ୍ରେସର ପରୀକ୍ଷା – ଗରିବ...

ମ୍ୟାଲେରିଆ ପରୀକ୍ଷାଗାରରେ ଏଚ.ଆଇ.ଭି ପରୀକ୍ଷା – ଏଡ୍ସ ଆକ୍ରାନ୍ତଙ୍କ କକ୍ଷରେ ବ୍ଲଡ଼ପ୍ରେସର ପରୀକ୍ଷା – ଗରିବ ରୋଗୀଙ୍କ ଗୁହାରି ଶୁଣିବ କିଏ ?

222

ବଲାଙ୍ଗୀର ୩-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତର ଖାନା ଉପରେ ଟିଟିଲାଗଡ଼ ସବ୍ଡିଭିଜନ ସହ ପଡୋଶୀ କଳାହାଣ୍ଡି ଜିଲ୍ଲାର ଅନେକ ଗ୍ରାମାଞ୍ଚଳର ଜନସାଧାରଣ ନିର୍ଭର କରୁଥିବା ବେଳେ, ଉପଯୁକ୍ତ ଚିକିତ୍ସା ଅଭାବରୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ଗରିବ ଜନ ସାଧାରଣ ବାଧ୍ୟ ହୋଇ ଏହି ଡାକ୍ତରଖାନା କୁ ଆସୁଥିବା ବେଳେ ସମ୍ପୂର୍ଣ୍ଣ ମାଗଣାରେ ସ୍ୱାସ୍ଥ୍ୟ ସେବା ସରକାରୀ ନିୟମ ଅନୁଯାୟୀ ଯୋଗାଇ ଦେବା ଉଚିତ। ହେଲେ ପରିତାପର ବିଷୟ ଯେ ଡାକ୍ତରଖାନା କର୍ତ୍ତୃପକ୍ଷ ଙ୍କ ଖାମ ଖିଆଲ ମନୋଭାବ ଯୋଗୁଁ ରୋଗୀ ଗୁରୁତର ଅବସ୍ଥାରେ ଆସି ଉପଯୁକ୍ତ ଚିକିତ୍ସା ସେବା ନ ପାଇ ଅନ୍ୟତ୍ର ଚାଲିଯିବା କୁ ବାଧ୍ୟ ହେଉଛନ୍ତି। ବିଭିନ୍ନ ବିଭାଗର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିଥିବା ଓ ଅନେକ କର୍ମଚାରୀ ଥାଇ ସୁଦ୍ଧା କାର୍ଯ୍ୟ ନ କରିବା ଅଭିଯୋଗ ହୋଇଆସୁଛି। ପ୍ରକାଶ ଯେ ସରକାରୀ ନିୟମ ଅନୁଯାୟୀ ଏଚ.ଆଇ.ଭି/ଏଡ୍ସ ପରିକ୍ଷଣ ପାଇଁ ସମନ୍ୱିତ ପରାମର୍ଶ ଓ ପରିକ୍ଷଣ କକ୍ଷ ସ୍ୱତନ୍ତ୍ର ଭାବେ ରହିବା ଦରକାର। ଯଦ୍ୱାରା ଏଚ.ଆଇ.ଭି ଆକ୍ରାନ୍ତର ତଥ୍ୟ ଗୋପନୀୟ ରହିବା ସହ ଉଚିତ ପରାମର୍ଶ ପ୍ରଦାନ କରାଯାଇପାରିବ। ହେଲେ ପରିତାପର ବିଷୟ ଏଠି ବହୁ ସଂଖ୍ୟକ ସାଧାରଣ ଆସି ନିଜ ପରୀକ୍ଷା କରିବାକୁ ବାଧ୍ୟ ହୋଇ ଘରୋଇ ପରୀକ୍ଷାଗାର ଯାଇ ଟଙ୍କା ଖର୍ଚ୍ଚ କରି ନିଜ ପରୀକ୍ଷା କରୁଛନ୍ତି। ଏଠି ଥିବା ଉକ୍ତ ଆଇ, ସି, ଟି, ସି କକ୍ଷ ରେ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତଚାପ ପରୀକ୍ଷା କରାଯାଉଛି। ସେହିପରି ଏଚ, ଆଇ, ଭି ପରୀକ୍ଷାଗାର ବନ୍ଦ ହୋଇ ପଡିରହିଛି। ଅପର ପକ୍ଷରେ ମ୍ୟାଲେରିଆ ପରୀକ୍ଷା କକ୍ଷ ରେ ଏଚ, ଆଇ, ଭି ପରୀକ୍ଷା କରାଯାଉଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହୁଥିବା ବେଳେ ଜଣେ ମାତ୍ର ମ୍ୟାଲେରିଆ ପରୀକ୍ଷା ପାଇଁ ଥିବା କର୍ମଚାରୀ ପରୀକ୍ଷା ପାଇଁ ଅନେକ ସଂଖ୍ୟକ ଆସୁଥିବା ଲୋକଙ୍କ ପରୀକ୍ଷା କରିବାକୁ ଅସମର୍ଥ ହେଉଛନ୍ତି। ଫଳରେ ଲୋକେ ଅପେକ୍ଷା କରି ନିରାଶ ହେବା ଓ ବାଧ୍ୟ ହୋଇ ଘରୋଇ ପରୀକ୍ଷାଗାର ରେ ଅର୍ଥ ଖର୍ଚ୍ଚ କରି ନିଜ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ସ୍ୱତନ୍ତ୍ର ଭାବେ ଅନେକ କର୍ମଚାରୀ ଙ୍କୁ ସରକାରୀ ଭାବେ ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଏହି ଡାକ୍ତର ଖାନା ରେ ନିଯୁକ୍ତି କରାଯାଇ ଥିବା ସତ୍ୱେ ବିଭାଗୀୟ ଅଧିକାରୀ ଏ ସବୁ ସମସ୍ୟା ର ସମାଧାନ କରିପାରୁନାହାନ୍ତି। ଏ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜନସେବା ସଙ୍ଘ ଦୃଢ଼ ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.