Home ଓଡ଼ିଶା ଅନ୍ୟ ଜମି ଦେଖାଇ ଲୁଟିଥିଲେ ୧୧ ଲକ୍ଷ ୫୦ ହଜାର, ବାପପୁଅ ଗିରଫ

ଅନ୍ୟ ଜମି ଦେଖାଇ ଲୁଟିଥିଲେ ୧୧ ଲକ୍ଷ ୫୦ ହଜାର, ବାପପୁଅ ଗିରଫ

230

ବାଲିଗୁଡା, ୨୪/୫- (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡାରେ ଅନ୍ୟର ଜାଗା ଦେଖାଇ ଲୁଟିଥିଲେ ବାପପୁଅ ୧୧ ଲକ୍ଷ ୫୦ ହଜାର ଟଙ୍କା। ଗୋଟିଏ ଜାଗା ଦେଖାଇ ନେଇଥିଲେ ଅଗ୍ରୀମ ଟଙ୍କା ପରେ ଅନ୍ୟ ଏକ ଜାଗାକୁ ବିକ୍ରୀ କରିବାକୁ କହିଥିଲେ କିନ୍ତୁ ଅଗ୍ରୀମ ଦେବା ଲୋକ ଟଙ୍କା ଫେରାଇ ନେବାକୁ କହିଥିଲା କିନ୍ତୁ ବାପାପୁଅ ଅଗ୍ରୀମ ଟଙ୍କା ଫେରାଇନଥିଲା। ଏହାପରେ ପୋଲିସ ଦ୍ୱାରସ୍ଥ ହୋଇଥିଲେ କ୍ରୟଦାର ସନ୍ତୋଷ କୁମାର ସାହୁ। ଏତେଲାକୁ ଭିତି କରି ପୋଲିସ ଅଭିଯୁକ୍ତ ବାପ ଏସ.ରାମାରାଓ ପାତ୍ର ଓ ପୁଅ ଏସ.କାଳିଆ ପାତ୍ରକୁ ଗିରଫ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ବାଲିଗୁଡା ଜଣେ ହୋଟେଲ ମାଲିକ ସନ୍ତୋଷ କୁମାର ସାହୁ ଏକ ଜାଗା କିଣିବାକୁ ବାଲିଗୁଡା ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଏସ.ରାମାରାଓ ପାତ୍ରଙ୍କ ଘରକୁ ଯାଇଥିଲେ। ଉଭୟଙ୍କ ସହମତି କ୍ରମେ ଏକ ମୁଖ୍ୟରାସ୍ତା କଡର ଜାଗା କ୍ରୟବିକ୍ରୟ ଉପରେ ଆଲୋଚନା ହୋଇଥିଲା ଓ ଏହାପରେ ମଧ୍ୟସ୍ଥିଙ୍କ ଉପସ୍ଥିତିରେ ସନ୍ତୋଷ କୁମାର ସାହୁ ଏହି ଜାଗାର ମୁଲ୍ୟ ଧାର୍ଯ୍ୟ ହୋଇଥିଲା ଓ ଜାଗାର ଅଗ୍ରିମ ବାବଦରେ ୧୧ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ ଏସ.ରାମାରାଓ ପାତ୍ରଙ୍କୁ। ଟଙ୍କା ନବାର ବହୁଦିନ ପର୍ଯ୍ୟନ୍ତ ଜାଗା ବିକ୍ରୟର ରେଜିଷ୍ଟେସନ କିମ୍ବା ଡିମାରକେସନ କରୁନଥିଲେ ଓ ବାରମ୍ବାର ଏହି ବାବଦରେ କହିଲେ ବି ଏସ ରାମାରାଓ ଆସୁନଥିଲେ କି କିଛି ବି କହୁନଥିଲେ। ଏହି ବାବଦରେ ଉଭୟଙ୍କ ଭିତରେ ବହୁଥର ବଚସା ବି ହୋଇଥିଲା। ଏହାପରେ ଏସ ରାମାରାଓ ଯେଉଁ ଜାଗା ଦେଖାଇ ଟଙ୍କା ଆଣିଥିଲେ ସେହି ଜାଗାକୁ ନନେଇ ଅନ୍ୟ ଏକ ଜାଗାକୁ ନେଇ ଦେଖାଇଥିଲେ ତାହାକୁ ବିକ୍ରି କରିବାକୁ କିନ୍ତୁ ତାହା ଏକ ମନ୍ଦିର ଜାଗାଟି କହି ସନ୍ତୋଷ ରାଜି ହୋଇନଥିଲେ ଓ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ। କିନ୍ତୁ ଅଗ୍ରିମ ଟଙ୍କା ନଫେରାଇ ଗତ ୨୦୧୯ ମସିହାରୁ ସନ୍ତୋଷଙ୍କୁ ଭୁଆଁ ବୁଲାଉଥିଲେ ଓ ତାଙ୍କୁ ଧରାଛୁଆଁ ଦେଉନଥିଲେ ଓଲଟା ତାଙ୍କୁ ଧମକଚମକ ଦେଉଥିଲେ। ଏହାପରେ ସନ୍ତୋଷ କୁମାର ସାହୁ ବାଲିଗୁଡା ଥାନାରେ ଏହାକୁ ନେଇ ଏକ ଲିଖିତ ଏତଲା ଦେଇଥିଲେ। ଏହାପରେ ବାଲିଗୁଡା ତାନାରେ ଏକ ମାମଲା ରୁଜୁ କରି କେଶ ନମ୍ବର ୧୦୩/୨୦୨୦ରେ ମାଲା ରୁଜୁ କରି ବାପ, ପୁଅ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କାରିଥିବା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.