Home କନ୍ଧମାଳ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର

134

ବାଲିଗୁଡା, ୨୪/୫ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବାଲିଗୁଡାର କାମପୋଡାଠାରେ ଜଣେ ବ୍ୟକ୍ତି ଗୁଣ୍ଡି ବେହେରା ତାଙ୍କ ନିଜ ଘରେ ଦୌଡି ଲଗାଇ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଲିଥିଲା। ସୂଚନା ପ୍ରକାରେ ମୃତ ଗୁଣ୍ଡି- ବେହେରା ଡାମିକିଆରେ ପ୍ରଥମ ବାହାଘର କରିଥିଲେ ଓ ତାଙ୍କର ପ୍ରଥମ ସ୍ତ୍ରୀର ଦୁଇଟି ଛୁଆ ଅଛି। ଏହାପରେ ବଡଗାଁର ଅଉ ଏକ ଝୀଅକୁ ଦ୍ୱୀତିୟ ବାହାଘର କରିଥିଲା। ଦ୍ୱୀତିୟ ସ୍ତ୍ରୀ ସହ କିଛି ଦିନ ହେବ କାମପୋଡାରେ ରହିଆସୁଥିଲା। ଗତକାଲି ଏକ ସୁଦ୍ଧକାର୍ଯ୍ୟରେ ଯୋଗ ଦେବାପାଇଁ ଦ୍ୱୀତିୟ ସ୍ତ୍ରୀ ଘର ଗାଁ ବଡଗାଁକୁ ଯାଇଥିଲା। ସବୁ କାମ ସରିବା ପରେ ଅଧରାତିରେ ସେ ଶ୍ୱଶୁର ଘରୁ ସ୍ତ୍ରୀକୁ ଛାଡି ତମେ ଥାଅ ମୁଁ ଯାଇକି ଆସୁଛି କହି କାମପୋଡାକୁ ଆସିଥିଲା ଓ ତାପରେ ସକାଳୁ ସକାଳୁ ସାହିପଡିଶା ଲୋକ ଘର ଭିତର ଆଡୁ କବାଟ ଦେବା ଦେଖିଥିଲେ। ବହୁ ସମୟ ଧରି କବାଟ ନଖୋଲିବାରୁ ଗାଁ ଲୋକେ ତାର ବାପାଙ୍କୁ ଖବର ଦେଇଥିଲେ। ତାର ବାପା କାମପୋଡା ଆସି କବାଟ ଭାଙ୍ଗି ଘରେ ଦେଖିବା ସମୟରେ ପୁଅ ଝୁଲନ୍ତା ଦେହ ଦେଖିଥିଲା ଓ ଏହାପରେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାଲିଗୁଡା ଥାନାରେ ଅପମୃତ୍ୟୁ ମାମଲାରେକେଶ ନମ୍ବର ୯/୨୦ରେ ରୁଜୁ କରି ତଦନ୍ତ ପକ୍ରିୟା ଚଲାଇଛନ୍ତି ବୋଲି ପୋଲିସ ତରଫରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.