Home ଓଡ଼ିଶା ମାଲକାନାଗିରି ଜିଲ୍ଲାରୁ ଦୁଇ କରୋନା ସଂକ୍ରମଣ ଚିହ୍ନଟ

ମାଲକାନାଗିରି ଜିଲ୍ଲାରୁ ଦୁଇ କରୋନା ସଂକ୍ରମଣ ଚିହ୍ନଟ

145

ମାଲକାନଗିରି,୨୦ା୫(ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଗ୍ରୀନଜୋନରେ ଥିବା ବେଳେ ରାଜ୍ୟସରକାରଙ୍କ ପରୀକ୍ଷା ଗାରରୁ ନମୁନା ରିପୋର୍ଟ ଆସିବାପରେ ଏହି ଜିଲ୍ଲାରୁ ପ୍ରଥମ ଥର କରି ଦୁଇଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଚଂଳରେ ଥିବା କ୍ୱାରେଟାଂଇନ କେନ୍ଦ୍ରରୁ ୨ଜଣ ସଂକ୍ରମଣ ଙ୍କୁ ଚିହ୍ନଟ କରାଯାଇଛି ।ଜିଲ୍ଲାପ୍ରଶାସନର ସୁଚନା ଅନୁଯାଇ ଗୋଟିଏ ବସରେ ଚେନାଇରୁ ମାଲକାନଗିରି ଜିଲ୍ଲା ଏମଭି୭୨ ଅଚଂଳର ଗୋଟିଏ ପରିବାରରୁ ଜଣେ ୨୧ବର୍ଷ ବୟସ୍କ ପୁରୁଷ ଓ ୧ବର୍ଷର ଶିଶୁ ପୁତ୍ର ନିଜଘରକୁ ଆସିଥିଲେ । ସେମାନଙ୍କୁ ସ୍କ୍ରିନିଂ କରାଯାଇ କାଲିମେଳା ବ୍ଲକ ଅଚଂଳରେ ଥିବା କ୍ୱାରେଟାଂଇନ କେନ୍ଦ୍ରରେ ରଖାଯାଇଥିଲା । ଜିଲ୍ଲାରୁ ପ୍ରାୟ୨ହଜାରରୁ ଉର୍ଦ୍ଦ ନମୁନା ଭୁବନେଶ୍ୱରକୁ ପରୀକ୍ଷା ପାଇଁ ପଠା ଯାଇଥିଲା,ସେଠାରୁ ରିପୋର୍ଟ ଆସିବା ପରେ ଏହି ଦୁଇଜଣଙ୍କର ରିପୋର୍ଟ ପଜେଟିଭ ଥିବାର ଜଣାପଡିଛି । ଜିଲ୍ଲାର ଦୁଇଜଣ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଆକ୍ରାନ୍ତ ରହୁଥିବା କ୍ୱାରେଟାଂଇନ କେନ୍ଦ୍ରର ପାଖ ଆଖ ଅଚଂଳକୁ କଟେଂନମେଟଂ ଜୋନ ଘୋଷଣା କରାଯାଇ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆଉକିଏ ଆସିଛି କି ନାହିଁ ପ୍ରଶାସନ ପକ୍ଷରୁ ଖୋଜା ଚାଲିଛି,ସଂକ୍ରମଣ ଙ୍କ ଜାତାୟାତ ବିବରଣୀ ଜିଲ୍ଲାପ୍ରଶାସନ ନିକଟରେ ଅଛି, ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.