Home ଓଡ଼ିଶା ଜିଲ୍ଲାପାଳଙ୍କ କୋର୍ଟରେ ରଣପୁର ରଥ ନିର୍ମାଣ କାର୍ଯ୍ୟ

ଜିଲ୍ଲାପାଳଙ୍କ କୋର୍ଟରେ ରଣପୁର ରଥ ନିର୍ମାଣ କାର୍ଯ୍ୟ

106

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୫-ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିର ୧୩୬୩ ସାଲରେ ରାଜା ଉଧବ ନରେନ୍ଦ୍ରଙ୍କ ଦ୍ୱାରା ନିର୍ମାଣ ହୋଇଥିଲା । ୧୫୦୦ସାଲ ଠାରୁ ରଣପୁର ରାଜା ପଦ୍ମନାଭ ନରେନ୍ଦ୍ରଙ୍କ ଦ୍ୱାରା ରଣପୁର ରେ ୩ ରଥ ନିର୍ମାଣ ହୋଇ ରଥ ଯାତ୍ରା କାର୍ଯ୍ୟ ଏପର୍ଯ୍ୟନ୍ତ ଚାଲୁଅଛି । ଚଳିତ ବର୍ଷ କୋଭିଡ୍‌-୧୯ ଲକ୍‌ଡାଉନ୍ ଯୋଗୁଁ ଏପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ପୁରୀରେ ଶ୍ରୀ ଜଗନ୍ନାଥଙ୍କର ରଥ ନିର୍ମାଣ କାର୍ଯ୍ୟ କୋର୍ଟର ନିଷ୍ପତି ପରେ ଆରମ୍ଭ ହୋଇଯାଇଅଛି । ରଣପୁର ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବାରୁ ଜନ ଆନ୍ଦୋଳନର ରୁପ ନେବାକୁ ଯାଉଥିବା ବେଳେ ଗତ ମେ ୧୩ ତାରିଖ ଦିନ ଶ୍ରୀ ମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା । ଏହି ବୈଠକରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦେବତ୍ତୋର ଅଧିକାରୀ ତଥା ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ, ଦେବତ୍ତୋ ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ଓ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ । ରଣପୁର ରେ ଶ୍ରୀକ୍ଷେତ୍ର ଭଳି ସାମାଜିକ ଦୁରତା ରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ଜଣା ପଡିଛି ।

ଯାହାକି ନୟାଗଡ ଜିଲ୍ଲାପାଳ ପୋମା ଟୁଡୁଙ୍କ କୋର୍ଟରେ ବିଚାରାଧିନ ରହିଅଛି । ଏ ସମ୍ପର୍କେ ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟଙ୍କ ନିକଟରେ ରଣପୁର ପ୍ରେସ୍ କ୍ଲବ୍ ତରଫରୁ ଭେଟ କରାଯାଇ ରଥ ନିର୍ମାଣରେ ବିଳମ୍ବ ଯୋଗୁଁ କ୍ଷୋଭ ପ୍ରକାଶ କରାଯାଇଛି । ଏ ସମ୍ପର୍କେ ଦେବତ୍ତୋର ଅଧିକାରୀ ସଂଜୟ କୁମାର ସାମନ୍ତରାୟ ଓ ମ୍ୟାନେଜର୍ ରମେଶ କୁମାର ପ୍ରଧାନଙ୍କୁ ଯୋଗ ଯୋଗ କରିବାରେ କୁହନ୍ତି ଯେ ଜିଲ୍ଲାପାଳ ଆଦେଶ ଦେଲେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏ ସମ୍ପର୍କେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ମନ୍ଦିର ପରିଚାଳନା କମିଟି ତରଫରୁ ଜିଲ୍ଲାପାଳଙ୍କୁ ରଥ ନିର୍ମାଣ ପାଇଁ ଲିଖିତ ଅଭିଯୋଗ କରାଯାଇଅଛି ଏବଂ ସେ ମଧ୍ୟ ଓଡିଶାର ଆଇନ୍ ମନ୍ତ୍ରୀଙ୍କୁ ରଥ ନିର୍ମାଣ ପାଇଁ ଲିଖିତ ଭାବେ ଅନୁରୋଧ କରିଛନ୍ତି । ମନ୍ଦିର ମ୍ୟାନେଜରଙ୍କୁ ରଥ କାର୍ଯ୍ୟ ଆରମ୍ଭ କରିବା ପାଇଁ ଫୋନ୍ ଯୋଗେ ଜଣାଇଛନ୍ତି । ଅପରପକ୍ଷେ ରଥ ନିର୍ମାଣ ବିଳମ୍ବକୁ ନେଇ ରଣପୁର ରେ ଜନ ଅସନ୍ତୋଷ ବ୍ୟାପିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.