Home ଓଡ଼ିଶା ଅମ୍ପାନର ପ୍ରଭାବରେ ଭାଙ୍ଗିଲା ପେଟ୍ରୋଲ ପମ୍ପର ଛାତ

ଅମ୍ପାନର ପ୍ରଭାବରେ ଭାଙ୍ଗିଲା ପେଟ୍ରୋଲ ପମ୍ପର ଛାତ

394

ହରିଚନ୍ଦନପୁର, ତା ୨୦ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କରୋନା ମହାମାରୀ ସହ ସମସ୍ୟା ବଢାଇଛି ମହାବାତ୍ୟା ଅମ୍ପାନ । ଏହି ଅମ୍ପାନ ପଶ୍ଚିମବଙ୍ଗ ତଟରେ ଛୁଇଁବାକୁ ଥିବା ବେଳେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖାଦେଇଛି । ଏହି ପ୍ରଭାବ ଯୋଗୁଁ ଓଡ଼ିଶାର ତଟବର୍ତୀ ଜିଲ୍ଲା ସହ କେନ୍ଦୁଝରରେ ମଧ୍ୟ ପବନ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ ସହ ତୁହାକୁ ତୁହା ବର୍ଷା ହେଉଛି । ଏହି ବର୍ଷା ପବନ ଦ୍ୱାରା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭାଗମୁଣ୍ଡା ଠାରେ ଥିବା ପେଟ୍ରୋଲପମ୍ପ କ୍ଷତିଗ୍ରସ୍ତ ହୋଇଛି । କିଷାନ ସେବା କେନ୍ଦ୍ର ଦ୍ୱାରା ପରିଚାଳିତ ଏହି ପେଟ୍ରୋଲପମ୍ପର ଉପର ଛାତ ଭାଙ୍ଗି ତଳେ ପଡିଯାଇଛି । ଏହା ଦ୍ୱାରା କୌଣସି ମନୁଷ୍ୟ ଜୀବନ କ୍ଷତିଗ୍ରସ୍ତ ହୋଇନଥିବା ବେଳେ ସାମୟିକ ଭାବେ ପେଟ୍ରୋଲିୟମ ସେବା ଏହି କେନ୍ଦ୍ରରେ ବନ୍ଦ ହୋଇଛି । ଦ୍ରୁତ ପବନ ଯୋଗୁଁ ଉକ୍ତ ଅଞ୍ଚଳରେ ବହୁ ଗଛ ନଷ୍ଟ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.