Home ଓଡ଼ିଶା ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ସମସ୍ତ ପଦକ୍ଷେପ ଗ୍ରହଣ କରିଛି: ଜିଲ୍ଲାପାଳ

ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ସମସ୍ତ ପଦକ୍ଷେପ ଗ୍ରହଣ କରିଛି: ଜିଲ୍ଲାପାଳ

197

ଯାଜପୁର ୧୯ା୫(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରତ୍ୟେକ ସତର୍କ ରହିବାକୁ ଜିଲ୍ଲାପାଳ ପୁନର୍ବାର ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବାତ୍ୟା ଅମ୍ଫାନର ପ୍ରସ୍ତୁତି ଓ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏକାଧିକବାର ବୈଠକ କରାଯାଇ ସମସ୍ତ ବି.ଡି.ଓ., ତହସିଲଦାର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ବାତ୍ୟା ମୁକାବିଲାର ଯେଉଁ ଦାୟିତ୍ୱ ଦିଆଯାଇଥିଲା ତାହାର ସମୀକ୍ଷା କରିଥିଲେ ଜିଲ୍ଲାପାଳ। ଜିଲ୍ଲାରେ ବର୍ତ୍ତମାନ ଓଡ୍ରାଫ ଓ ଏନ୍‌.ଡି.ଆର.ଏଫ. ଋ ୨ଟି ଓ ଅଗ୍ନିଶମର ୧୩ଟି ଟିମ୍ କାର‌୍ୟ୍ୟପାଇଁ ପ୍ରସ୍ତୁତ ରହିଛନ୍ତି। ଜିଲ୍ଲାର ୨୦ ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ସହ ଏକ ହଜାରରୁ ଅଧିକ ସ୍କୁଲ ଗୁଡିକୁ ଆଶ୍ରୟ ସ୍ଥଳ ଭାବେ ପ୍ରସ୍ତୁତ ରଖାଯାଇଚ୍ଥି। ସଂପୃକ୍ତ ବିଦ୍ୟାଳୟର ଶିକ୍ଷକମାନେ ବିଦ୍ୟାଳୟ ଠାରେ ଊପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଚ୍ଥି। କଚ୍ଚା ଚାଳ ଛପର ଘରେ ରହୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ନିକଟସ୍ଥ ନିରାପଦ ଆଶ୍ରୟ ସ୍ଥଳ, ବାତ୍ୟା ଆଶ୍ରୟ ସ୍ଥଳକୁ ଯିବାପାଇଁ ବ୍ୟବସ୍ଥା କରାଯାଇଚ୍ଥି। ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଯାଇଚ୍ଥି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଥିବା ହୋଡିଂ ବା ପ୍ରଦର୍ଶିତ ବ୍ୟାନର ଗୁଡିକୁ ଅପସାରଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ମଧ୍ୟ ପ୍ରସ୍ତୁତ ରଖାଯାଇଚ୍ଥି। ତେବେ ବିଗତ ବର୍ଷ ମାନଙ୍କରେ ଦେଖାଦେଇଥାଏ ଯେ, ପବନ ବର୍ଷା କମିଯିବାର କିଛିସମୟ ପରେ ପୁନଶ୍ଚ ଜୋର ପବନ ହୋଇଥାଏ। ଏହାଦ୍ୱାରା ନିରାପଦ ଆଶ୍ରୟ ସ୍ଥଳ ଚ୍ଥାଡି ଚାଲିଆସିଥିବା ବ୍ୟକ୍ତିମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏପରି କି, କିଛିଲୋକଙ୍କର ଗଛ, ଡାଳ, କାନ୍ଥ ବା ଗଛ ପଡି ମୃତ୍ୟୁବରଣ ମଧ୍ୟ ଘଟିଥିଲା। ତେଣୁ ସଂପୂର୍ଣ୍ଣ ବର୍ଷା, ପବନ ନ ଚ୍ଥାଡିବା ପର‌୍ୟ୍ୟନ୍ତ କୈାଣସି ବି ବ୍ୟକ୍ତି ଆଶ୍ରୟ ସ୍ଥଳ ଚ୍ଥାଡି ନ ଆସିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଛନ୍ତି। ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା ଉପସ୍ଥିତ ରହି ସମସ୍ତ ଲୋକ ମାନଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ଆଣିବାରେ ପୋଲିସର ସହଯୋଗ ରହିବା ସହ ସମସ୍ତ ଥାନାର ଭି.ଏଚ୍‌.ଏଫ. ମଧ୍ୟ ଯୋଗାଯୋଗ ସେବା ପାଇଁ ଉପଲବ୍ଧ କରାଯିବ ବୋଲି କହିଥିଲେ। ସମସ୍ତ କଣ୍ଟ୍ରୋଲ ରୁମ୍ ଭଳି ଭି.ଏଚ୍‌.ଏଫ. ଗୁଡିକ ମଧ୍ୟ ଚବିଶ ଘଣ୍ଟିଆ ସେବା ଯୋଗାଇବେ ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛିବୋଲି ସେ ସୂଚନା ଦେଇଥିଲେ। ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ବିଭିନ୍ନ ବିଭାଗର ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ଏନ୍‌.ଡି.ଆର.ଏଫ., ଓଡ୍ରାଫ ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ଜରୁରୀ ବିଭାଗର ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା, ଡି.ପି.ଏମ୍‌. ଦେବାଶିଷ ପ୍ରଧାନ ଓ ଜରୁରୀ ବିଭାଗର କର୍ମଚାରୀ ମାନେ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.