Home Coronavirus Outbreak ଜଗତସିଂପୁର ଜିଲ୍ଲାରେ ଆଉ ୩ କରୋନା ରୋଗୀ ଚିହ୍ନଟ – ୨୪ ଘଣ୍ଟାରେ ୨୩ ପଜିଟିଭ

ଜଗତସିଂପୁର ଜିଲ୍ଲାରେ ଆଉ ୩ କରୋନା ରୋଗୀ ଚିହ୍ନଟ – ୨୪ ଘଣ୍ଟାରେ ୨୩ ପଜିଟିଭ

284

ଜଗତସିଂପୁର ୧୯-୫ (ଓଡିଆ ପୁଅ/ନୃସିଂହ ଚରଣ ବାରିକ ) ଜଗତସିଂପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ ଆଜି ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୯ ତାରିଖ ଦିନ ଏମାନେ ସୁରତରୁ ଫେରିଥିଲେ। ସମସ୍ତଙ୍କୁ କ୍ବାରଣ୍ଟାଇନରେ ରଖାଯାଇଥିଲା। ୧୫ ତାରିଖରେ ସ୍ବାବ ଟେଷ୍ଟ ପାଇଁ ପଠାଯାଇଥିଲା। ସେଥିରେ ବାଲିକୁଦା ଅଞ୍ଚଳର ଏହି ୩ ଜଣଙ୍କ ଠାରେ ପଜିଟିଭ ଥିବା ଆଜି ଆସିଥିବା ରିପୋର୍ଟରୁ ଜଣାପଡ଼ିଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଗତକାଲି ଆସିଥିବା ୫୦ ସ୍ବାବ ଟେଷ୍ଟ ରିପୋର୍ଟରୁ ନାଉଗାଁ ଅଞ୍ଚଳର ୧୯ ଓ କୁଜଙ୍ଗ ର ୧ଟି ପଜିଟିଭ ଥିବା ଜିଲ୍ଲାପାଳ ଟୁଇଟ କରି ଜଣାଇଥିଲେ। ନାଉଗାଁ ର ୧୯ ଜଣ ପଶ୍ଚିମ ବଙ୍ଗରୁ ଫେରି ଆସି ଥିବା ବେଳେ କୁଜଙ୍ଗ ଅଞ୍ଚଳର ଚିହ୍ନଟ ବ୍ୟକ୍ତି ତାମିଲନାଡୁ ଫେରନ୍ତା ବୋଲି ପ୍ରଶାସନ ସୂଚନା ଦେଇଛି। ଆକ୍ରାନ୍ତଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.