ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପ୍ରବାସୀ ଓଡ଼ିଆମାନେ ୧୬ ନଂ ଜାତୀୟ ରାଜପଥର ରିଲିଆନ୍ସ ପେଟ୍ରୋଲ ଟାଙ୍କି ନିକଟରେ ରାସ୍ତା ଅବରୋଧ କରିଥିଲେ । ସୂଚନା ଅନୁସାରେ ଗତକାଲି ଆସିଥିଲେ ଶ୍ରମିକ ସ୍ପେସିଆଲ ଟ୍ରେନ୍ରେ ତାମିଲନାଡୁରୁ । ତାଙ୍କୁ ପ୍ରଶାସନ ପକ୍ଷରୁ ନିଆଯାଇ ରୟାଲ କଲେଜରେ ରଖାଯାଇଥିଲା । ପ୍ରବାସୀଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କୁ ସେଠାରେ ଖାଇବାକୁ ଦିଆଯାଇନଥିବାରୁ ବାଧ୍ୟ ହୋଇ ସେମାନେ ରାଜରାସ୍ତା ଅବରୋଧ କରିଛନ୍ତି । ପରେ ଖବର ପାଇ ଗ୍ରାମାଞ୍ଚଳ ପୁଲିସ୍ ଘଟଣା ସ୍ଥଳରେ ପହଞ୍ôଚ ବୁଝାସୁଝା କରିବା ପରେ ସେମାନେ ରାସ୍ତାରୁ ଓହରିଛନ୍ତି ।