Home Coronavirus Outbreak କେନ୍ଦ୍ରାପଡା ଜିଲ୍ଲାରେ ପୁଣି ୪ କରୋନା ପଜିଟିଭ

କେନ୍ଦ୍ରାପଡା ଜିଲ୍ଲାରେ ପୁଣି ୪ କରୋନା ପଜିଟିଭ

208

କେନ୍ଦ୍ରାପଡା ୧୬/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲାରେ ପୁଣି ୪ ଜଣ କରୋନା ପଜିଟିଭ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ଏହି ୪ଜଣ କରୋନା ପଜିଟିଭ ହେଉଛନ୍ତି ମାର୍ଶାଘାଇ ବ୍ଲକର ୩ଜଣ ଓ ମହାକାଳପଡା ବ୍ଲକ ର ଜଣେ। ସେମାନେ ସମସ୍ତେ ସୁରତ ଫେରନ୍ତା ଏବଂ ସେମାନେ ସୁରତରୁ ଫେରି ସଂପୃକ୍ତ ବ୍ଲକ ଅଚଂଳର କ୍ୱାରେଂଟାଇନ କେନ୍ଦ୍ରରେ ରହୁଥିଲେ। ପଜିଟିଭ ବାହାରିବା ପରେ ସେମାନଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସପିଟାଲକୁ ପଠାଇଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେମାନେ ରହୁଥିବା ସଂପୃକ୍ତ ସଙ୍ଗରୋଧ କେନ୍ଦ୍ରକୁ ସାନିଟାଇଜ କରାଯାଇଛି ଓ ସେହି ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ୟ ପ୍ରବାସୀମାନଙ୍କ ସ୍କ୍ୱାବ ପରୀକ୍ଷା ପାଇଁ ପଠାଯାଇଛି। ଏହା ପୂର୍ବରୁ କେନ୍ଦ୍ରାପଡା, ରାଜକନିକା ଓ ମହାକାଳପଡା ବ୍ଲକ ଅଂଚଳର ୧୩ଜଣ ସୁରତ ଫେରନ୍ତାଙ୍କ କରୋନା ପଜିଟିଭ ବାହାରିଥିଲା। ଏହାକୁ ମିଶାଇ ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୨୬ରେ ପହଁଚିଛି। ୨ଜଣ କରୋନା ପଜିଟିଭ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.