Home ଓଡ଼ିଶା ପେନସନଭୋଗୀଙ୍କୁ ୭୬୪ କୋଟି ଟଙ୍କା ପ୍ରଦାନ କଲା ଇପିଏଫଓ

ପେନସନଭୋଗୀଙ୍କୁ ୭୬୪ କୋଟି ଟଙ୍କା ପ୍ରଦାନ କଲା ଇପିଏଫଓ

80

ନୂଆ ଦିଲ୍ଲୀ ୫-୫ (ଓଡ଼ିଆ ପୁଅ) ଦେଶରେ ଇପିଏଫଓ ଅଧୀନରେ ମୋଟ ୬୫ ଲକ୍ଷ ପେନସନଭୋଗୀ ରହିଛନ୍ତି। କୋଭିଡ-୧୯ ଲକଡାଉନ କାଳରେ ପେନସନଭୋଗୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି ଏପ୍ରିଲ ମାସରେ ଇପିଏଫଓର ସମସ୍ତ ୧୩୫ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ଅଗ୍ରୀମ ପେନସନ ପ୍ରଦାନ କରିଛି। ଇପିଏଫଓର ଅଧିକାରୀ ଓ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ପେନସନ ପ୍ରଦାନ କରୁଥିବା ଦେଶର ସମସ୍ତ ନୋଡାଲ ବ୍ୟାଙ୍କ ଜରିଆରେ ୭୬୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପେନସନଭୋଗୀଙ୍କ ବ୍ୟାକ ଖାତାକୁ ସଠିକ ସମୟରେ ପେନସନ ରାଶି ପ୍ରଦାନ କରିବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ-୧୯ ମହାମାରୀ ସମୟରେ ପେନସନଭୋଗୀଙ୍କ ସୁବିଧାକୁ ଅଗ୍ରାଧିକାର ଦେଇ ଇପିଏଫଓ ତାହାର ନିରନ୍ତର ସେବା ଜାରି ରଖିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.