Home ଓଡ଼ିଶା ସୁବାଷ ଚୌହାନ ଗୁରୁତର ଅସୁସ୍ଥ; ଆଇସିୟୁରେ ଭର୍ତ୍ତି

ସୁବାଷ ଚୌହାନ ଗୁରୁତର ଅସୁସ୍ଥ; ଆଇସିୟୁରେ ଭର୍ତ୍ତି

440

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା ୱେଷ୍ଟନ ଓଡ଼ିଶା ଡେଭଲପମେଣ୍ଟ କାଉନ୍ସିଲ୍ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁବାଷ ଚୌହାନ ଗୁରୁତ୍ୱର ଅସୁସ୍ଥ ଅଛନ୍ତି। ସେ କିଛି ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସାଧିନ ଥିଲେ। ତେବେ, ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଥିଲେ। ବୁଧବାର ସକାଳର ଖବର ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ୍)ର ଜଣେ ସ୍ୱୟଂ ସେବକ ସୁବାଷ ଚୌହାନ ଦୀର୍ଘ ଦିନ ହେଲା ସଂଘ ପ୍ରଚାରକ ଭାବରେ କାମ କରି ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ବଜରଙ୍ଗ ଦଳ ଆଦି ଦାୟିତ୍ୱରେ ଥିଲେ। ସେ ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ, ରାଷ୍ଟ୍ରୀୟ ସହ- ସଂଯୋଜକ ଏବଂ ପରେ ରାଷ୍ଟ୍ରୀୟ ସଂଯୋଜକ ଭାବରେ ଦାୟିତ୍ୱ ତୁଲାଇ ଥିଲେ। ୨୦୧୪ ମସିହାରେ ସେ ପ୍ରଥମେ ରାଜନୀତିରେ ପାଦ ଦେଇ ବରଗଡ଼ ଲୋକସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ। ତେବେ ସ୍ୱଳ୍ପ ବ୍ୟବଧାନରେ ସେ ହାରି ଯାଇଥିଲେ। ଏହାପରେ ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଜେପିର ରାଜ୍ୟ ନେତୃତ୍ୱଙ୍କ ସହିତ ବିବାଦ ଘଟି ସେ ବିଜେପି ଛାଡ଼ିଥିଲେ। ଏହାପରେ ସେ ବିଜେଡିରେ ଯୋଗଦେବା ସହ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରଷା ରଖି ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କରିଥିଲେ। ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ତଥା ଦକ୍ଷ ସଙ୍ଗଠକ ଭାବରେ ସୁବାଷ ଚୌହାନ ପରିଚିତ। -ଦେବଦତ୍ତ ରଥ

କରୋନା ପାଇଁ ଅପବାଦ ପରେ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.