ପୁରୀ ୨୯-୪ (ଓଡ଼ିଆ ପୁଅ) ବଲିଉଡ ଅଭିନେତା ଇରଫାନଙ୍କର ଅକାଳ ନିଧନ ହୋଇଛି। ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାରୁ ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁର ଖବର ଆସିଥିଲା। ଏହା ପରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି।
ତାଙ୍କର ଅକାଳ ବିୟୋଗରେ ପୁରୀ ବେଳାଭୂମିରେ ବାଲୁକା କଳାରେ ଶଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
https://twitter.com/sudarsansand/status/1255484390194495491








