Home ଓଡ଼ିଶା ହାଟଡିହି ବ୍ଲକର ୫୦ଭାଗ କର୍ମଚାରୀ ଭଦ୍ରକ ଜିଲ୍ଲାରୁ ଆସୁଛନ୍ତି

ହାଟଡିହି ବ୍ଲକର ୫୦ଭାଗ କର୍ମଚାରୀ ଭଦ୍ରକ ଜିଲ୍ଲାରୁ ଆସୁଛନ୍ତି

176

ହାଟଡ଼ିହି-୨୯/୪, ଏବେ କରୋନା ମହାମାରୀ ଭଦ୍ରକ ଜିଲ୍ଲାରେ କାୟା ବିସ୍ତାର କରିଥିବାବେଳେ ଭଦ୍ରକ ଜିଲ୍ଲାକୁ ରେଡ ଜୋନ ଭାବେ ଘୋଷଣା କରାଯାଇଛି । ଏଥିପାଇଁ ପଡୋଶୀ ଜିଲ୍ଲା କେନ୍ଦୁଝରର ହାଟଡିହି ବ୍ଲକକୁ ବିଭିନ୍ନ ସ୍ଥାନରେ ସୀମାରାସ୍ତା ଗୁଡିକୁ ସିଲ କରାଯାଇଛି । ଯାହାଦ୍ୱାରା କି ଭଦ୍ରକ ଅଞ୍ଚଳର ଲୋକମାନେ କେନ୍ଦୁଝର ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁଁ କି କେନ୍ଦୁଝର ଜିଲ୍ଲାର ଲୋକମାନେ ଭଦ୍ରକକୁ ଯାତାୟତ କରିପାରିବେ ନାହିଁ । ଫଳରେ ସଂକ୍ରମଣକୁ ଅନେକାଶଂରେ ରୋକାଯାଇ ପାରିବ । କିନ୍ତୁ ହାଟଡିହି ବ୍ଲକର ବିଭିନ୍ନ ବିଭାଗରେ ୫୦ଭାଗ କର୍ମଚାରୀ ଏବେ ଭଦ୍ରକ ଜିଲ୍ଲାରେ ରହୁଥିବାରୁ ଏଥିପାଇଁ ଆଶଙ୍କା ଦେଖାଦେଇଛି । ସେମାନେ ନିୟମିତ ଭଦ୍ରକ ଯାଆ ଆସ କରୁଥିବାରୁ କରୋନା ସଂକ୍ରମଣ ରୋକିବାପାଇଁ ସରକାର ନେଉଥିବା ପଦକ୍ଷେପ ସଫଳ ହେବତ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.