Home Coronavirus Outbreak ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶକୁ ନେଇ ତାତ୍ସଲ୍ୟ ..

ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶକୁ ନେଇ ତାତ୍ସଲ୍ୟ ..

680

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଏହି ତିନୋଟି ଜିଲ୍ଲାରେ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ସରକାରଙ୍କ ନିଷ୍ପତିକୁ ସଠିକ୍ ଭାବରେ ପାଳନ କରିବା ପାଇଁ ଏହି ତିନୋଟି ଜିଲ୍ଲାର ଲୋକମାନଙ୍କୁ ଟ୍ୱିଟ୍ ଯୋଗେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ସଠିକ୍ ଭାବରେ ପାଳନ କରିବା ପାଇଁ ମୁଁ ଏହି ତିନି ଜିଲ୍ଲାର ଲୋକମାନଙ୍କୁ ଅନୁରୋଧ କରୁଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି। ଏହି ସମୟରେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ସହଯୋଗ କରିବା ଏବଂ ଘରୁ ବାହାରକୁ ନ’ବାହାରିବାକୁ ପରାମର୍ଶ ଦେବା ସହ କରୋନାରୁ ରକ୍ଷା ପାଇବା ପାଇଁ ଘରେ ରହିବା ହିଁ ଏକମାତ୍ର ପନ୍ଥା ବୋଲି ଆଉ ଏକ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଟ୍ୱିଟକୁ ବିଜେପି ଓଡ଼ିଶା ସୋସିଆଲ୍ ମିଡିଆ ପକ୍ଷରୁ ସେୟାର୍ କରାଯିବା ସହିତ ଧର୍ମେନ୍ଦ୍ରଙ୍କ ଅନୁଗତ ବିଜେପିର କିଛି ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ଏପରିକି କେହି କେହି ନୂଆ ଓଡ଼ିଶାର ଧର୍ମପଦ ଧର୍ମେନ୍ଦ୍ର ବୋଲି ଲେଖି ତାଙ୍କର ଏହି ଉକ୍ତିକୁ ସେୟାର୍ କରୁଛନ୍ତି। କିନ୍ତୁ ସାଧାରଣ ଲୋକ ଏହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାତ୍ସଲ୍ୟ କରୁଥିବା ଦେଖିବାକୁ ମିଳୁଛି। ତୁମେ ଭାବୁଛ କି ଲୋକମାନେ ମୂର୍ଖ। ଯେତେବେଳେ ତୁମେ କହିବ, ତେବେ ଯାଇ ଆମେ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ ପାଳନ କରିବୁ। ତୁମେ ଭାବୁଛ ତୁମେ ଏହିପରି ଲୋକମାନଙ୍କ ସହିତ ସଂଯୋଗ ହୋଇପାରିବ। କିନ୍ତୁ, ଏହା ଭୁଲ ବୋଲି ସୋସିଆଲ୍ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାତ୍ସଲ୍ୟ କରି ଲେଖା ଦେଖିବାକୁ ମିଳୁଛି। -ଦେବଦତ୍ତ ରଥ

ନୂଆ ଓଡ଼ିଶାର ଧର୍ମପଦ; ବଳି ପଡ଼ିବେ କି ଧର୍ମେନ୍ଦ୍ର ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.