Home ଓଡ଼ିଶା ଲକ ଡାଉନ ନିୟମ ଉଲ୍ଳଘଂନ କାରିଙ୍କ ଠାରୁ ରେଡକ୍ରସ ଓ କୋଭିଡ ଫଣ୍ଡ ପାଇଁ ୨୦ହଜାର...

ଲକ ଡାଉନ ନିୟମ ଉଲ୍ଳଘଂନ କାରିଙ୍କ ଠାରୁ ରେଡକ୍ରସ ଓ କୋଭିଡ ଫଣ୍ଡ ପାଇଁ ୨୦ହଜାର ଟଙ୍କା ଆଦାୟ

267

ମାଲକାନଗିରି,୨୪ା୪(ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ରୁପନେଇଥିବାରୁ ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରାଯାଇଛି, ଲକ ଡାଉନ ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ମାଲକାନଗିରି ସହରରେ ଏହି ନିୟମକୁ ଉଲ୍ଳଘନ କରିବା ଅଭିଯୋଗରେ କିଛି ଅମାନିଆ ଙ୍କ ଠାରୁ ଜିଲ୍ଲାପ୍‌୍ରଶାସନ ଓ ପୁଲିସ ପ୍ରଶାସନ ୨୦ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ଗତ ତିନିଦିନହେଲା ଜିଲ୍ଲାପ୍ରଶାସନ ପକ୍ଷରୁ ସହକାରି ଜିଲ୍ଲାପାଳ ତଥା ଜିଲ୍ଲା ରେକ୍ରସ ସୋସାଇଟର ପ୍ରମୋଦ କୁମାର ବେହେରା, ନିଜାରତ ଅଫିସର ତଥା ସହକାରି ଜିଲ୍ଲାପାଳ ଜଗଦିଶ କାର୍ତାମି ଓ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ପୁଲିସ ସଦଳବଳ ସହରର ବିଭିନ୍ନ ଛକଠାରେ ଜଗିରହି ମାସ୍କ ନ ପିନ୍ଧି ବାହେରେ ବୁଲିଥିବା ବ୍ୟକ୍ତି ଓ ବାଇକରେ ଦୁଇଜଣରୁ ତିନିଜଣ ବସି ଯାତ୍ରାକରୁଥିବା ବ୍ୟକ୍ତିମାନଙ୍କୁ ଅଟକାଇ ସେମାନଙ୍କ ଠାରୁ ୨୦ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି , ଏହି ଜରିମାନା ଟଙ୍କା ରେଡକ୍ରସ ଓ କୋଭିଡ-୧୯ ଫଣ୍ଡରେ ଜମାରହିବା ପାଇଁ ନିସ୍ପତି ନିଆଯାଇଛି । ଲକ ଡାଉନ ନିୟମ ଉଲ୍ଳଘଂନ କାରିମାନଙ୍କ ଠାରୁ ଆଜି କେବଳ ୬୫୦୦ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଟିମ ଲକ ଡାଉନ ଉଲ୍ଳଘଂନ କାରି ମାନଙ୍କୁ ମାସ୍କ ପିନ୍ଧାଇ କରୋନା ସଂକ୍ରମଣରୁ କିପରି ରକ୍ଷାପାଇବା ଓ ଲକ ଡାଉନ ନିୟମର ସଂପର୍କରେ ଜନ ସଚେତନତା ର ବାର୍ତାଦେଇଛନ୍ତି ।ଗତ ତିନିଦିନ ହେଲା ଜିଲ୍ଲାପ୍ରଶାନର ରେଡ କ୍ରସଫଣ୍ଡ ବୃଦ୍ଧି ହେବାସହ ସହରବାସୀ ଓ ରାସ୍ତାଘାଟରେ ଯାଉଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ସଚେତନାତା ଜାଗ୍ରତ ହେବାସହ ମୁହଁରେ ମାସ୍କ ଲଗାଇ ବାଇକରେ ଜଣେ ଲେଖା ଯାତ୍ରା କରୁଥିବାର ଦେଖିବାକୁ ମିଳୁଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.