Home ଓଡ଼ିଶା ଆନ୍ଦ୍ରପ୍ରଦେଶ ରୁ ଚାଲି ଚାଲି ଆସିଥିବା ୧୨୧ଜଣ ରାଜ୍ୟଫେରନ୍ତା ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରେ ଅଟକ...

ଆନ୍ଦ୍ରପ୍ରଦେଶ ରୁ ଚାଲି ଚାଲି ଆସିଥିବା ୧୨୧ଜଣ ରାଜ୍ୟଫେରନ୍ତା ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରେ ଅଟକ ରଖାଯାଇ କ୍ୱାରେଟାଂଇନ ଗୃହକୁ ପଠାଗଲା

317

ମାଲକାନଗିରି,୨୪ା୪(ଓଡିଆ ପୁଅ ) ଲକ ଡାଉନ ପାଇଁ ସମସ୍ତ ରାଜ୍ୟ ସୀମାନ୍ତ ସିଲ ହେବାସ୍ୱତ୍ୟେ ମଧ୍ୟ ରାଜ୍ୟ ବାହାରେ କାମକରୁଥିବା ଶ୍ରମିକମାନେ ଲୁଚିଛପି ଚାଲି ଚାଲି ଆସିବାକୁ ପଛାଉ ନାହାଁନ୍ତି । ଆନ୍ଦ୍ରପ୍ରଦେଶ ର ହାଇଦ୍ରାବାଦ,ତେଲାଙ୍ଗନା,ଭଦ୍ରାଚଳମ ଅଚଂଳକୁ କାମକରିବାକୁ ଯାଇଥିବା ଶ୍ରମିକ ମାନେ ଲକ ଡାଉନ ପାଇଁ ଗତ ଦୁଇଦିନ ମଧ୍ୟରେ ୧୨୧ଜଣ ଶ୍ରମିକ ଶହ ଶହ କିଲୋମିଟର ଚାଲି ଚାଲି ସୀମାନ୍ତ ମୋଠୁ ଠାରେ ପହଁଚିବା ପରେ ସେଠାରେ ସେମାନଙ୍କୁ ଜିଲ୍ଲାପ୍ରଶାସନ ଅଟକାଇ କ୍ୱାରେଟାଂଇନ ଗୃହକୁ ପଠାଇଦେଇଛନ୍ତି । ଲକ ଡାଉନ ସମୟରେ ଯାନବାହନ ଚଳାଚଳ କରୁନଥିବାରୁ ବିଭିନ୍ନ ରାଜ୍ୟକୁ କାମକରିବାକୁ ଯାଇଥିବା ଶ୍ରମିକ ମାନେ ବିଭିନ୍ନ ଉପାୟରେ ନିଜ ନିଜ ଘରକୁ ପଳାଇ ଆସୁଥିବାର ଜଣାପଡିଛି । ଆନ୍ଦ୍ରପ୍ରଦେଶକୁ କାମକରିବାକୁ ଯାଇଥିବା ୫୬ଜଣ ଶ୍ରମିକ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା, ଛତିଶଗଡ ରାଜ୍ୟ ସୀମାନ୍ତ ମୋଟୁ ସିଲେରୁ ନଦୀର କାଲେରୁ ପୋଲ ପାରହୋଇ ମାଲକାନଗିରି ଜିଲ୍ଲାକୁ ଫେରୁଥିବାର ଖବର ପାଇ ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର,ମୋଟୁ ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରମୁଖ ମୋଟୁ କାଲେରୁ ପୋଲ ଚେକଗେଟ ନିକଟକୁ ଯାଇ ରାଜ୍ୟଫେରନ୍ତା ଶ୍ରମିକ ମାନଙ୍କୁ ସେଠାରେ ଅଟକାଇ ଥିଲେ । ସେମାନଙ୍କୁ ପଚରାଉଚରା କରିବାରୁ ଜଣାପଡିଥିଲା ୫୬ଜଣ ପଡିଆ,କାଲିମେଳା ବ୍ଲକ ଅଚଂଳର ସେମାନେ ଆନ୍ଦ୍ରପ୍ରଦେଶ ଭଦ୍ରାଚଳମ ଓ ହାଇଦ୍ରାବାଦ କୁ କାମକରିବାକୁ ଯାଇଥିଲେ । ଲକ ଡାଉନ ହୋଇ ଯାଇଥିବାରୁ କାମବନ୍ଦ ହୋଇଗଲା କେତେ ଦିନ ସେମାନେ ସେଠାରେ ପଡି ରହିବେ ତେଣୁ ସେମାନେ ସେଠାରୁ ଚାଲି ଚାଲି ଆସିଛନ୍ତି ବୋଲି କହିଥିଲେ । ଏହି ଶ୍ରମିକ ମାନଙ୍କୁ ଚେକଗେଟ ନିକଟରେ ଅଟକାଇ ଦୁଇଟା ଲେଖା ମାସ୍କ ପିନ୍ଧିବାକୁ ଦେଇ ଜଳଖିଆ ଖାଇବାକୁ ଦିଆଯାଇଥିଲା । ବାହାର ରାଜ୍ୟରୁ ଆସିଥିବାରୁ ସେମାନଙ୍କୁ ୧୪ଦିନ ପାଇଁ କ୍ୱାରେଟାଂଇନ ଗୃହକୁ ପଠାଇ ଦିଆଯାଇଛି । ଠିକ ସେହିପରି ଗତ କାଲି ସଂନ୍ଧ୍ୟାରେ ୬୫ଜଣ ଶ୍ରମିକ ଆନ୍ଦ୍ରପ୍ରଦେଶରୁ ଚାଲି ଚାଲି ପଳାଇଆସି ମୋଟୁ ଠାରେ ପହଁଚିଥିଲେ । ସେମାନଙ୍କୁ ତହସିଲାଦାର,ଥାନା ଅଧିକାରୀ ଅଟକ ରଖି ଲକଡାଉନ ନିୟମ ପାଳନ ର ଜନ ସଚେତନତା ବାର୍ତା ଦେବାସହିତ, ମୋଟୁ ଅଚଂଳର ମା ତାରାତାରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଏହି ଶ୍ରମିକ ମାନଙ୍କୁ ମାସ୍କ,ହାତଧୋଇବା ପାଇଁ ସାବୁନ, ଚୁଡା, ଗୁଡ ପ୍ରଦାନ କରାଯାଇଥିଲା । ସମସ୍ତ ରାଜ୍ୟ ଫେରନ୍ତା ଶ୍ରମିକ ମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ଏମପିଭି ୮୨,ଏମପିଭି ୮୩କ୍ୱାରେଟାଂଇନ ଗୃହକୁ ପଠାଇ ଦିଆଯାଇଛି । ଏହି ଶ୍ରମିକ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ୭ଜଣ ଶ୍ରମିକ ଅଛନ୍ତି । ଗତ ସାତଦିନ ମଧ୍ୟରେ ମୋଟୁ ସୀମାନ୍ତରୁ ପ୍ରାୟ ୩୦୦ରୁ ଉର୍ଦ୍ଦ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇ କ୍ୱାରେଟାଂଇନ ଗୃହରେ ରଖାଯାଇଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.