Home କେନ୍ଦୁଝର ମାଙ୍କିଡିଆଙ୍କ ପେଟ ପାଇଁ ଲକ୍ ଡାଉନ୍ ଦୁଃଖ ସାଜିଥିବା ବେଳେ କାଳ ବୈଶାଖୀର ତାଣ୍ଡବ, ଅନେକ...

ମାଙ୍କିଡିଆଙ୍କ ପେଟ ପାଇଁ ଲକ୍ ଡାଉନ୍ ଦୁଃଖ ସାଜିଥିବା ବେଳେ କାଳ ବୈଶାଖୀର ତାଣ୍ଡବ, ଅନେକ ଝୁମ୍ପୁଡି ଉଡିଲା

773

ବଡ଼ବିଲ ,ତା ୨୪ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କରୋନା ମହାମାରୀକୁ ନେଇ ସାରା ଦେଶ ଲକଡାଉନ ସମୟରେ କାଳ ବୈଶାଖୀର ତାଣ୍ଡବ, ଭାଙ୍ଗିଲା ଅନେକ ମାଙ୍କଡ଼ିଆଙ୍କ ଝୁମ୍ପୁଡି ଘର । ଏମିତି ଏକ ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ବଡ଼ବିଲ ବ୍ଲକ ଅନ୍ତର୍ଗତ ସେରେଣ୍ଡା ପଞ୍ଚାୟତର ପି ସାହି ପାଖରେ ଥିବା ମାଙ୍କଡ଼ିଆ ଝୁମ୍ପୁଡି ଘର ଆଜି କାଳ ବୈଶାଖୀ ପବନରେ ଉଡିଯାଇଥିବା ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଉକ୍ତ ମାଙ୍କଡ଼ିଆ ଶ୍ରେଣୀର ଲୋକମାନେ ଦୀର୍ଘଦିନ ଧରି ଏଠାରେ କିଛି କାଠର ସଂଯୋଗରେ ପଲିଥିନ୍ ବାନ୍ଧି ବସବାସ କରୁଥିବା ସହ ଭିକ୍ଷା ବୃତ୍ତି କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ସେମାନଙ୍କ ପେଟ ପାଇଁ ବର୍ତ୍ତମାନ କରୋନା ମହାମାରୀର ଲକ୍ ଡାଉନ୍ ନିୟମ ଏକ ପ୍ରକାର ଦୁଃଖ ସାଜିଥିବା ବେଳେ କାଳ ବୈଶାଖୀ ଚିନ୍ତାର କାରଣ ପାଲଟିଛି । ଘଟଣା ପରେ ଯୋଡା ବ୍ଳକର ୨୬ ନମ୍ୱର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଜୟନ୍ତୀ ବାନରା ନିଜେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ବଡ଼ବିଲ ତହସିଲଦାରଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ତହସିଲଦାର ଶ୍ରୀଯୁକ୍ତ କ୍ଷୀରୋଦ କୁମାର ବେହେରା ଭଦ୍ରାସାହିର ରାଜସ୍ବ ନିରୀକ୍ଷକ ଗୌରୀହରି ବେହେରାଙ୍କୁ ଘଟଣାସ୍ଥଳକୁ ପଠେଇଥିଲେ । ରାଜସ୍ବ ନିରୀକ୍ଷକ ଭାଙ୍ଗିଥିବା ମାଙ୍କଡ଼ିଆମାନଙ୍କୁ ଜିଲ୍ଲା ପରିଷଦ ସଦସ୍ୟା, ନାଏବ ସରପଞ୍ଚ ମୁନା ବାନରା, ସମାଜ ସେବୀ ଗଣେଶ ପାତ୍ରଙ୍କ ସହଯୋଗରେ ଆବଶ୍ୟକୀୟ ପଲିଥିନ ଯୋଗାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.