ଆଠମଲ୍ଲିକ,୨୨/୪(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ):କରୋନା ମୁକାବିଲା ପାଇଁ ଅଣ୍ଟା ଭିଡି ଆଠମଲ୍ଲିକ ନିର୍ବାଚନମଣ୍ଡଳ ଟାଇଁସି ଗ୍ରାମପଞ୍ଚାୟତର ବିଜେଡି କର୍ମୀମାନେ l ରାଜ୍ୟ ସରକାରଙ୍କୁ ସହାୟତା ଉଦ୍ଦେଶ୍ୟରେ ସାମାଜିକ ଦୁରତା ରକ୍ଷା କରି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୪ ହଜାର ୫ ଶହ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି l କର୍ମୀମାନଙ୍କର ଏପରି ମହତ୍ କାର୍ଯ୍ୟକୁ ବିଧାୟକଙ୍କ ସମେତ ଅଂଚଳବାସୀ ବହୁ ପ୍ରଶଂସା କରିଛନ୍ତି l