Home କେନ୍ଦୁଝର ଲକଡାଉନକୁ ଖାତିର ନାହିଁ, ଇଶଳା ବଜାର ଖୋଲିଲା ସବୁ ଦୋକାନ

ଲକଡାଉନକୁ ଖାତିର ନାହିଁ, ଇଶଳା ବଜାର ଖୋଲିଲା ସବୁ ଦୋକାନ

408

ହାଟଡ଼ିହି-୧୨/୪, କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ଜୁନ ୩୦ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିଲେବି ଇଶଳା ଟୁକୁଣା ବଜାରରେ କିଛି ଅମାନିଆ ଦୋକାନୀ ଏହାକୁ ନମାନି ଆଜି ଦିନ ତମାମ ଖୁଲାମଖୁଲା ଦୋକନପତ୍ର ଖୋଲିଥିଲେ । କେବଳ ଔଷଧ ଦୋକାନ ଖୋଲିବାକୁ ନିୟମ ଥିବାବେଳେ ଦିନ ୧୧ଟା ପର୍ଯ୍ୟନ୍ତ ପରିବା ପରିବା ଦୋକାନ ଓ ଗ୍ରୋସରୀ ଦୋକାନ ଖୋଲିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ଆଜି ଏଠାରେ ଚା ଜଳଖିଆ ଠାରୁ ପାନ ଦୋକାନ ଓ ଓଲଡିଂ ଦୋକାନ ପର୍ଯ୍ୟନ୍ତ ଖୋଲା ରହିବା ଦେଖିବାକୁ ମିଳିଥିଲା । ଏପରିକି ଲୋକମାନଙ୍କ ଗହଳି ମଧ୍ୟଲାଗି ରହିଥିଲା । ଖବରପାଇ ନନ୍ଦିପଦା ପୁଲିସ ପହଞ୍ଚିବାପରେ ଲୋକମାନେ ବିଲ ବାଡି ଦେଇ ଦୌଡି ପଳାଉଥିବାବେଳେ ଦୋକାନୀମାନେ ତରବରରେ ସଟର ପକାଇ ଭିତରେ ଲୁଚି ରହିଥିଲେ । ଯାହାକି ଲକ ଡାଉନକୁ ନେଇ ଲୋକମାନେ କେତେ ସଚେତନ ଅଛନ୍ତି ତାହା ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.