ଭୁବନେଶ୍ୱର ୭-୪ (ଓଡ଼ିଆ ପୁଅ) : ଓଡ଼ିଶାରେ ପ୍ରଥମ କରୋନାସଂକ୍ରମିତ ଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ଘର ଝାରପଡ଼ା ଅଞ୍ଚଳରେ। ତାଙ୍କର ବୟସ ୭୨ ବର୍ଷ ହୋଇଥିଲା। ସେ ୪ ତାରିଖରୁ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଛି।
୭୨ ବର୍ଷର ପୁରୁଷଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ୪ ଏପ୍ରିଲରେ AIIMS ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା। ତାଙ୍କର କ୍ରୋନିକ୍ ଉଚ୍ଚ ରକ୍ତଚାପର ଇତିହାସ ଥିଲା। ତାଙ୍କର ୬ ଏପ୍ରିଲରେ ମୃତ୍ୟୁ ହୋଇଥିଲା। ତାଙ୍କର COVID-19 ଟେଷ୍ଟ ପଜିଟିଭ୍ ଆସିଛି।
ଏ ନେଇ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।
ଏହି ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନ ଏବେ ଝାରପଡ଼ା ଅଞ୍ଚଳରେ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି। ଏଥିସହ ସଂପୃକ୍ତ ଅଞ୍ଚଳକୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।
One 72 years male belonging to Jharpada had been admitted to AIIMS Bhubaneswar on 4th April with complaint of respiratory distress. He had history of chronic hypertension. He expired on 6th April. He was tested positive for COVID-19.
Contact tracing and containment is ongoing.— H & FW Dept Odisha (@HFWOdisha) April 7, 2020