Home Coronavirus Outbreak କୋଭିଡ-୧୯ ଆପତି ଅଭିଯୋଗ ପାଇଁ ଡିଏଆରପିଜି ପକ୍ଷରୁ ଜାତୀୟ ପର୍ଯ୍ୟବେକ୍ଷଣ ଡେସବୋର୍ଡର ଶୁଭାରମ୍ଭ କଲେ କେନ୍ଦ୍ର...

କୋଭିଡ-୧୯ ଆପତି ଅଭିଯୋଗ ପାଇଁ ଡିଏଆରପିଜି ପକ୍ଷରୁ ଜାତୀୟ ପର୍ଯ୍ୟବେକ୍ଷଣ ଡେସବୋର୍ଡର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ

193

ନୂଆ ଦିଲ୍ଲୀ ୧-୪ (ଓଡ଼ିଆ ପୁଅ) କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନସନ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଡିଏଆରପିଜି ପକ୍ଷରୁ ଜାତୀୟ ପର୍ଯ୍ୟବେକ୍ଷଣ ଡେସବୋର୍ଡର ଶୁଭାରମ୍ଭ କରିଛନ୍ତି। https://darpg.gov.in ୱେବସାଇଟ କୋଭିଡ-୧୯ ସଂକ୍ରାନ୍ତ ସମସ୍ତ ତଥ୍ୟ କ୍ରମାନ୍ୱୟରେ ରହିବ। ଡିଏଆରପିଜି ପକ୍ଷରୁ ପ୍ରସ୍ତୁତ ଏହି ଡେସବୋର୍ଡ ଜାତୀୟ ଆପତ କାଳୀନ ଆଇନ ୨୦୦୫ ବଳରେ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ସୂଚନା ଦେଇ ଡଃ ସିଂ କହିଛନ୍ତି ଯେ, କୋଭିଡ-୧୯ ସମ୍ପର୍କିତ ସମସ୍ତ ଆପତି ଅଭିଯୋଗର ତତ୍କାଳ ସମାଧାନ ଏହି ଡେସବୋର୍ଡର ଉଦ୍ଦେଶ୍ୟ। ଡଃ ସିଂ କହିଛନ୍ତି ଯେ, ପ୍ରଥମ ଦିନରେ ସେ ବ୍ୟକ୍ତିଗତ ଭାବରେ କେନ୍ଦ୍ର ସରକାରଙ୍କର ୨୬୨ ଅଭିଯୋଗ, ରାଜ୍ୟ ସରକାରଙ୍କ ୮୩ ଅଭିଯୋଗ ପରୀକ୍ଷା ନିରୀକ୍ଷା କରିଛନ୍ତି। ଡିଏଆରପିଜି ପକ୍ଷରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ସରକରଙ୍କ ବିଭାଗଗୁଡିକୁ ଜଣାଇ ଦିଆଯାଇଛି। ପ୍ରଥମ ଦିନରେ ଏହି ଡେସବୋର୍ଡ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୪୩ଟି, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୩୧ଟି ଓ ଅର୍ଥ ମନ୍ତ୍ରଣାଳୟର ୨୬ଟି ଅଭିଯୋଗ ପାଇଛି। ଏଗୁଡିକ ଏକତ୍ରବାସ ଜନିତ ସୁବିଧା ଅସୁବିଧା, ଲକଡାଉନର ଉଲଂଘନ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ବିଭିନ୍ନ ଅଭିଯୋଗ ଋଣ ପୈଠ ଜନିତ ସୁବିଧା ଅସୁବିଧା, ବିଦେଶରୁ ଲୋକମାନଙ୍କ ସ୍ଥାନାନ୍ତରଣ ଇତ୍ୟାଦି ଅର୍ନ୍ତଭୁକ୍ତ।

ଡିଏଆରପିଜିର ସଚିବ ଡଃ କ୍ଷେତ୍ରପତି ଶିବାଜୀ, ଅତିରିକ୍ତ ସଚିବ ଭି. ଶ୍ରୀନିବାସ, ଯୁଗ୍ମ ସଚିବ ଶ୍ରୀମତୀ ଜୟା ଦୁବେ ଏବଂ ଏନବିଏସ ରାଜପୁତଙ୍କ ସମତେ ବିଭାଗର ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.