ଭୁବନେଶ୍ୱର୨୬ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ରାଜ୍ୟ ସ୍ୱସ୍ଥ ବିଭାଗ ସୁଚନା ଅନୁଯାଇ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ସୁଚନା ଜାରୀ କରାଯାଇଛି । ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ ଯୋଗେ ସୂଚନା ଦେଇଛି। ଚିହ୍ନଟ ହୋଇଥିବା ପଜିଟିଭ୍ ଜଣେ ପୁରୁଷ ବୋଲି ଜଣା ପଡ଼ିଛି ତାଙ୍କର ବୟସ ୬୦ ବର୍ଷ । ସୂଚନାଯୋଗ୍ୟ, ଓଡ଼ିଶାରେ ପୂର୍ବରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏଥି ସହିତ ଏପର୍ଯ୍ୟନ୍ତ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିବା ୨ ଜଣ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଜଣାଯାଇଛି।