ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) ଭାରତୀୟ ରେଳ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍, ଲୋକାଲ ଟ୍ରେନ୍ ଏବଂ ମେଟ୍ରୋ ରେଳକୁ ୧୪ ଏପ୍ରିଲ ୨୦୨୦ ରାତ୍ରୀ ୧୨ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ କେବଳ ମାଲବାହୀ ଟ୍ରେନ୍ ଚାଲୁ ରହିବ।
ଭାରତରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୫୬୨ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଗତାକାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ଲକଡାଉନ୍ ଆସନ୍ତା ୨୧ ଦିନ ପ୍ରଯ୍ୟନ୍ତ ଘୋଷଣା କରିଥିଲେ। ଭାରତୀୟ ରେଳ ମଧ୍ୟ ବଡ଼ ନିଷ୍ପତ୍ତି ନେଇଛି। ସୂଚନାନୁସାରେ, ରେଳବାଇ ୧୪ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର ଟ୍ରେନ୍ ସେବାକୁ ସ୍ଥଗିତ ରଖିଛି। ଅର୍ଥାତ୍ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ କୌଣସି ଯାତ୍ରୀବାହୀ ରେଳ କିମ୍ବା ପାସେଞ୍ଜର ଟ୍ରେନ୍ ଚଳାଚଳ କରିବ ନାହିଁ। ସାଧାରଣ ଜନତାଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଟ୍ରେନ୍ ଗୁଡିକରେ ସାଧାରଣତଃ ଭିଡ଼ ହୋଇଥାଏ। ସମସ୍ତ କୋଚ୍ ପ୍ୟାକ୍ ହୋଇଥାଏ। ଏହିପରି କ୍ଷେତ୍ରରେ ସଂକ୍ରମଣରେ ଏହା ଅତ୍ୟନ୍ତ ମାରାତ୍ମକ ରୂପ ନେଇପାରେ। ରେଳବାଇ ପୂର୍ବରୁ ୨୧ ମାର୍ଚ୍ଚ ଶନିବାର ରାତିରୁ ୧୦ ମାର୍ଚ୍ଚ ରବିବାର ଠାରୁ ସମସ୍ତ ଯାତ୍ରୀବାହୀ ଟ୍ରେନକୁ ବାତିଲ କରି ଦେଇଥିଲା। ଏହାପରେ ଆସନ୍ତା ୩୧ ପର୍ଯ୍ୟନ୍ତ ବାତିଲ କରିବାକୁ ଘୋଷଣା କରିଥିଲା। କିନ୍ତୁ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା ହେବାପରେ ସମସ୍ତ ଟ୍ରେନକୁ ଆସନ୍ତା ୧୪ ଏପ୍ରିଲ ପର୍ଯ୍ୟନ୍ତ ବାତିଲ କରାଯାଇଛି।