Home କନ୍ଧମାଳ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ମଙ୍ଗଳ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା: ଛାତ୍ରଙ୍କୁ ବିଦ୍ୟୁତ୍ ଆଘାତ...

ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ମଙ୍ଗଳ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା: ଛାତ୍ରଙ୍କୁ ବିଦ୍ୟୁତ୍ ଆଘାତ ପରେ ବି ମିଳୁନି ସଠିକ୍ ସୂଚନା

281

ବାଲିଗୁଡ଼ା:୨/୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ୟୁତ୍ ଆଘାତରେ ଦଶମ ଶ୍ରେଣୀ ଛାତ୍ର ସଦାନନ୍ଦ ପ୍ରଧାନ ଗୁରୁତର ହୋଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛି। ସୂଚନା ପ୍ରକାରେ ରବିବାର ଦିନ ବିଦ୍ୟାଳୟରେ ଥିବା ଛାତ୍ରାବାସର ଜଣେ ଦଶମ ଶ୍ରେଣୀ ଛାତ୍ର ପାଚେରୀ ଡେଇଁ ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ହେଲେ କିଭଳି ପରିସ୍ଥିତିରେ ଏମିତି ଘଟଣା ଘଟିଲା ବାଲିଗୁଡ଼ା WEO ଙ୍କ ପାଖରେ କୌଣସି ଖବର ନାହିଁ।

ଘଟଣା ସମ୍ପର୍କରେ WEO ବିଭିଷଣ ଭୋଇଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିଲେ ସେ ସବୁ କହିପାରିବେ ବୋଲି କହିଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ପାଖରେ ଯଦି କିଛି ସଠିକ୍ ଖବର ନାହିଁ,ତେବେ ଏ ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ନିରିହ ପିଲାଙ୍କ ଭବିଷ୍ୟତ କିଭଳି ଗଢାଯାଉଥିବ,ଏଥିରୁ ବେସ ଅନୁମେୟ। ସେପଟେ ଛାତ୍ର ଜଣକ ଗୁଣ୍ଡୁଚି ମୂଷା ଧରିବାକୁ ପାଚେରୀ ଡେଇଁ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି ବୋଲି କହିଥିବାବେଳେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି କନ୍ଧମାଳ DWEI ସେପଟେ ଘଟଣା ସମ୍ପର୍କରେ ତଦନ୍ତ କଣ କରିବେ ଘଟଣା ମୁଁ ଶୁଣିଛି ହେଲେ ପ୍ରଧାନ ଶିକ୍ଷକ ହିଁ ଏ ବିଷୟରେ ସଠିକ୍ କହିପାରିବେ ବୋଲି କହିଛନ୍ତି ବାଲିଗୁଡ଼ା WEO ଭିବିଷଣ ଭୋଇ। ଏଠି ପ୍ରଶ୍ନ ଉଠୁଛି ଯେ,ଏତେ ସବୁ ଅଧିକାରୀ ଥାଇ କୋଉ କାମରେ, ଯଦି ଗୋଟିଏ ଘଟଣା ଘଟୁଛି ଉପରିସ୍ଥ ଅଧିକାରୀ ତଳିଆ କର୍ମଚାରୀଙ୍କୁ ବଳି ପକେଇବା ପାଇଁ ଚିନ୍ତା କରୁଛନ୍ତି ହେଲେ,ନିଜ ଦାୟିତ୍ୱ ଭୁଲି ଯାଉଛନ୍ତି।

ଅଧିକାରୀମାନେ ନିୟମିତ ସ୍କୁଲ ପରିଦର୍ଶନ କରୁନଥିବା ସହ ସମ୍ପୃକ୍ତ ବିଦ୍ୟାଳୟର ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ସହ ସଲାସୁତୁରା ହୋଇ ମୋଟା ଅଙ୍କର ହାତେଇବାକୁ ହୀନ ପ୍ରୟାସ କରୁଥିବା ଏକ ଗୁରୁତର ଅଭିଯୋଗ ହୋଇଛି। ଅନ୍ୟପଟେ କିଛି ହୀନ ମାନସିକ ଧାରୀ ଶିକ୍ଷକ ଉପରିସ୍ଥ ଅଧିକାରୀଙ୍କ ସହ ସଲାସୁତୁରା ହୋଇ ଏଭଳି କାର୍ଯ୍ୟ ଚଲାଇଥିବା ମଧ୍ୟ ଅଭିଯୋଗ ହେଉଛି। ଛାତ୍ରଙ୍କ ବିଜୁଳି ଆଘାତ ବିଷୟରେ ପଚାରିଲେ କେହି କିଛି ସଠିକ୍ ଉତ୍ତର ଦେଉନାହାନ୍ତି। ହେଲେ ସରକାରଙ୍କ ଦ୍ବାରା ସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଗଲାଣି ହେଲେ ଛାତ୍ର ଜଣକ କିଭଳି କୁଆଡ଼େ ଗଲେ ଓ କିଭଳି ବିଦ୍ୟୁତ୍ ଆଘାତ ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପାଇଁ ଦାୟୀ କିଏ? ଯଦି ଛାତ୍ରଟିର କିଛି ଅସୁବିଧା ହୋଇଯାଇଥାନ୍ତା ଏଥିପାଇଁ କିଏ ଦାୟୀ ହୋଇଥାନ୍ତା, ଏନେଇ ସାଧାରଣରେ ଆଲୋଚନା ଜୋର୍ ଧରିଛି।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଭିଭାବକ ମହଲରୁ ପ୍ରବଳ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.