Home ଅପରାଧ ତିହାର ଜେଲ୍ ଓକିଲ କହିଲେ – ବିନୟକୁ ଛାଡ଼ି ବାକୀ ତିନିଜଣଙ୍କୁ କାଲି ଫାଶୀ ଦିଆଯାଉ

ତିହାର ଜେଲ୍ ଓକିଲ କହିଲେ – ବିନୟକୁ ଛାଡ଼ି ବାକୀ ତିନିଜଣଙ୍କୁ କାଲି ଫାଶୀ ଦିଆଯାଉ

705

ନୂଆ ଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ନିର୍ଭୟା ଗ୍ୟାଙ୍ଗରେପ ମାମଲାରେ ପାଶୀ ଦଣ୍ଡର ତାରିଖକୁ ଟାଳିବା ପାଇଁ ଯାଚିକା ଉପରେ କୋର୍ଟରେ ବର୍ତ୍ତମାନ ଶୁଣାଣି ହେଉଛି। ତିହାର ଜେଲର ଓକିଲ ଇରଫାନ ଅହମ୍ମଦ କହିଛନ୍ତି- ବିନୟକୁ ଛାଡ଼ି ବାକୀ ତିନିଜଣଙ୍କୁ କାଲି ହିଁ ଫାଶୀ ଦିଆଯାଉ। ସେ କହିଛନ୍ତିଯେ, ବିନୟ ପାଇଁ ଅପେକ୍ଷା କରାଯାଇପାରେ। କିନ୍ତୁ ବାକୀ ତିନିଜଣ ଦୋଷୀମାନଙ୍କୁ କାଲି ପାଶୀ ଦଣ୍ଡ ଦିଆଯାଉ। ତିହାର ଓକିଲ କହିଲେ କି ଯାହାର ଦୟା ୟାଚିକା ରାଷ୍ଟ୍ରପତିଙ୍କ ନିକଟରେ ଲମ୍ବିତ ଅଛି, ତାକୁ ଛାଡ଼ିକରି ବାକୀ ତିନି ଜଣଙ୍କୁ କାଲି ଅର୍ଥାତ୍ ୧ ଫେବୃଆରିରେ ପାଶୀ ଦଣ୍ଡରେ ଦଣ୍ଡିତ କରାଯାଉ।

ସୂଚନାଯୋଗ୍ୟଯେ, ୨୩ ବର୍ଷୀୟା ମେଡ଼ିକାଲ୍ ଛାତ୍ରୀଙ୍କୁ ୧୬-୧୭ ଡିସେମ୍ବର ୨୦୧୨ ର ମଧ୍ୟରାତ୍ରୀରେ ଛଅଜଣ ଲୋକ ଚଳନ୍ତା ବସରେ ଗଣ ଦୁଷ୍କର୍ମ କରିଥିଲେ ଏବଂ ତାକୁ ସଡ଼କ ଉପରେ ଫୋପାଡ଼ି ଦେଇଥିଲେ। ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ସିଂଗାପୁର ନିଆଯାଇଥିଲା। ସେଠାରେ ତାଙ୍କର ୨୯ ଡିସେମ୍ବରରେ ମୃତ୍ୟୁ ହୋଇଥିଲା।

ନିର୍ଭୟାର ଓକିଲ କୋର୍ଟରେ କହିଛନ୍ତି କି ନିୟମ କହୁଛି କି ଜେଲ ପ୍ରଶାସନ ଏହି ସମ୍ବନ୍ଧରେ ସରକାରଙ୍କୁ ସନ୍ଦେଶ ପଠାଇ ପଚାରିବେ କି କ’ଣ ପାଶୀ ଦଣ୍ଡ ରୋକାଯିବ। ଯଦି କୌଣସି ଉତ୍ତର ନ ମିଳେ ତେବେ ପାଶୀ ଦଣ୍ଡକୁ ରୋକା ଯାଇପାରେ। ଏଥିପାଇଁ କୋର୍ଟର ଆଦେଶର ଆବଶ୍ୟକତା ନାହିଁ।

କୁହାଯାଇପାରେଯେ, ଦୋଷୀ ପବନ ଗୁପ୍ତା, ବିନୟ କୁମାର ଶର୍ମା ଏବଂ ଅକ୍ଷୟ କୁମାରର ଓକିଲ ଏ ପି ସିଂହ କୋର୍ଟରେ ପାଶୀ ଦଣ୍ଡ ଉପରେ ‘ଅନିଶ୍ଚିତ କାଳୀନ’ ସ୍ଥଗିତାଦେଶ ଲଗାଇବାପଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି କି ଦୋଷିମାନଙ୍କର ଆଇନ ଅନୁଯାୟୀ ବିକଳ୍ପ ବ୍ୟବହାର କରାଯାଇନାହିଁ ତାହା ଏବେ ବି ବାକୀ ଅଛି।

ପୁନଶ୍ଚ ସୂଚନାଯୋଗ୍ୟଯେ, ପାଟିଆଲା ହାଉସ୍ କୋର୍ଟ ୧୭ ଜାନୁଆରୀରେ ମାମଲାରେ ଚାରି ଦୋଷୀ ମୁକେଶ (୩୨), ପବନ (୨୫), ବିନୟ (୨୬) ଏବଂ ଅକ୍ଷୟ (୩୧) କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଦ୍ୱିତୀୟ ଥର ବ୍ଲାକ ୱାରେଣ୍ଟ ଜାରୀ କରାଯାଇଛି। ଏକ ଫେବୃଆରି ସକାଳ ଛଅଟାରେ ତିହାର ଜେଲରେ ତାଙ୍କୁ ପାଶୀ ଦଣ୍ଡ ଦେବାର ଆଦେଶ ଦିଆ ଯାଇଛି। ଏହା ପୂର୍ବରୁ ସାତ ଜାନୁଆରୀରେ କୋର୍ଟ ପାଶୀ ଦଣ୍ଡ ପାଇଁ ୨୨ ଜାନୁଆରୀର ତାରିଖ ସ୍ଥିର କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.