Home ଓଡ଼ିଶା ନୟାଗଡ଼ ଜିଲ୍ଲା ମହୋତ୍ସବ-୨୦୧୯ର ଦ୍ୱିତୀୟ ସନ୍ଧ୍ୟା : ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ

ନୟାଗଡ଼ ଜିଲ୍ଲା ମହୋତ୍ସବ-୨୦୧୯ର ଦ୍ୱିତୀୟ ସନ୍ଧ୍ୟା : ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ

132

ନୟାଗଡ଼, ୨୫ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ନୟାଗଡ଼ ଖେଳପଡ଼ିଆଠାରେ ଚାଲିଥିବା ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୧୯ର ସାଂସ୍କୃତିକ ଆସର ଦର୍ଶକଙ୍କ ମନ ବେଶ୍ ମୋହିଥିଲା। ନୟାଗଡ଼ର ସଂସ୍କୃତି, ଐତିହ୍ୟ, ପରମ୍ପରା ସହିତ ନୟାଗଡ଼ ଜନସାଧାରଣଙ୍କ ଭାବଧାରା ଓ ଆବେଗକୁ ବଖାଣି ଥିଲେ ମୁଖ୍ୟଅତିଥି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଥିଲେଯେ ଭାଇଚାରାର ସୁଖଦ ବାତାବରଣ ରହିଛି ନୟାଗଡ଼ ମାଟିରେ। ବିଭିନ୍ନତା ଭିତରେ ଏକତାରେ ବାନ୍ଧିହୋଇ ଏକାଠିଭାବେ ଭେଟଭାଟ୍ ହେବା ମହାମିଳନର ଏକ ଉତ୍କୃଷ୍ଟ କ୍ଷେତ୍ର ହେଉଛି ମହୋତ୍ସବ। ନାହିଁରେ ନାହିଁରେ ନକରାତ୍ମକ ମନୋଭାବ ଥାଏ। ସକରାତ୍ମକ ମନୋଭାବ ପାଇଁ ଯାହା ନାହିଁ ତାହା ଆମକୁ ହାସଲ କରିବାକୁ ପଡ଼ିବ। ନୟାଗଡ଼ ମାଟିରେ ସବୁ ଅଛି। ନୟାଗଡ଼ର ଐତିହ୍ୟ, କଳା କାରିଗରୀ ସାରା ବିଶ୍ୱରେ ପରିଚିତ କରାଇ ନିଜ ପାଇଁ ଗୌରବ ଆଣି ପାରିଛି ବୋଲି ସେ କହିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ନୟାଗଡ଼ କେନ୍ଦ୍ରୀୟ ବ୍ୟାଙ୍କର ସଭାପତି ଲୋକନାଥ ସାହୁ ଏବଂ ମଂଚ ପରିଚାଳନା କରିଥିଲେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ। ଆୟୋଜିତ ଉତ୍ସବର ଦ୍ୱିତୀୟ ମହୋତ୍ସବ ମଂଚରେ ସଭାପତିତ୍ୱ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ। ୟୁନିଟେକ ମହାବିଦ୍ୟାଳୟ ଦ୍ୱାରା ପରିବେଷିତ ନୟାଗଡ଼ ବନ୍ଦନାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କେଉଁଝର ବୀଣାପାଣି ଲୋକନୃତ୍ୟ ଦ୍ନାରା ପରିବେଷିତ ଦୁର୍ଗା ସ୍ତୁତି ନୃତ୍ୟ ଓ ଚଷାପୁଅ କାହାଣୀ ନୃତ୍ୟ ଦର୍ଶକଙ୍କ ମନ ବେଶ୍ ଛୁଇଁଥିଲାବେଳେ ବରଗଡ କଳାଜୀବୀ ଡ୍ୟାନ୍ସ ଦ୍ୱାରା ପରିବେଷିତ ଡାଲଖାଇ ଓ ସିଂହାରୀ ନୃତ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା। ସେହପରି ସୁନ୍ଦରଗଡ଼ ମୟୂରୀ ଡ୍ୟାନ୍ସ ଦ୍ୱାରା ରସରକେଲୀ ଓ ଝୁମେର ନୃତ୍ୟ, ଆସାମର ବିହୁ ନୃତ୍ୟ ବେଶ୍ ଚିତାକର୍ଷକ ହୋଇଥିଲା। ବିଶେଷ କରି ଦର୍ଶକମାନେ ଦ୍ୱିତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭରପୂର ମନୋରଂଜନ ପାଇଥିଲେ। ପଲ୍ଳିଶ୍ରୀମେଳାରେ ଗହଳି ଚହଳିର ପରିଲକ୍ଷିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.