Home ଓଡ଼ିଶା ଖାଉଟିଙ୍କ ସାମାଜିକ ସୁରକ୍ଷା ପାଇଁ ଲଣ୍ଠନ ଶୋଭାଯାତ୍ରା

ଖାଉଟିଙ୍କ ସାମାଜିକ ସୁରକ୍ଷା ପାଇଁ ଲଣ୍ଠନ ଶୋଭାଯାତ୍ରା

126

ନୟାଗଡ଼, ୨୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲା ସଚେତନ ଖାଉଟି ମଂଚ ଓ ଜଷ୍ଟିସ ଆନୁକୂଲ୍ୟରେ ଖାଉଟିମାନଙ୍କ କଲ୍ୟାଣକୁ ଅଣଦେଖା କରି ଜିଲା ମନିଟରିଂ କମିଟିକୁ ସୁପ୍ତ ଭାବରେ ରଖିଥିବା ପ୍ରତିବାଦରେ ଏକ ଲଣ୍ଠନ ଶୋାଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଂଚର ସଭାପତି ଶୂନ୍ୟଜୟୀ ମିଶ୍ରଙ୍କ ସଭାପତିତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏହି ଶୋଭାଯାତ୍ରା କରାଯାଇଥିଲା। ଖାଉଟି ମଂଚର ଦାବି ମୁତାବକ ଖାଉଟି ସୁରକ୍ଷା ଅଧିକାରୀ ଭାବେ ଅତିରିକ୍ତ ଜିଲାପାଳ କାର୍ଯ୍ୟ କରୁଥିଲେ ମଧ୍ୟ ଜିଲା ମନିଟରିଂ କମିଟି ୨୮ମାସ ଧରି ବସୁନାହିଁ। ଏପରିକି ଖାଉଟିଙ୍କ ସୁବିଧା ଅସୁବିଧା ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ କି ସୂଚନା ମାଗିଲେବି କୌଣସି ତଥ୍ୟ ମିଳୁନାହିଁ। ତେଣୁ ଖାଉଟିଙ୍କ ସାମାଜିକ ସୁରକ୍ଷା ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର କରାନଯିବା ଖାଉଟିଙ୍କ ଅସନ୍ତୋଷ ତୀବ୍ରରୁ ତୀବ୍ରତର ହୋଇଛି। ଖାଉଟିଙ୍କ ନ୍ୟାର୍ଯ୍ୟ ଦାବିକୁ ଗ୍ରହଣ ନକଲେ ଏହାକୁ ବ୍ୟାପକ କରାଯିବ ବୋଲି ମଂଚ ସଭାପତି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.