Home ଓଡ଼ିଶା ମହାରାଷ୍ଟ୍ର ମଧ୍ୟାହ୍ନ ଭୋଜନରେ ଅଣ୍ଡା; ମଧ୍ୟପ୍ରଦେଶରେ ଅସୁବିଧା କ’ଣ?

ମହାରାଷ୍ଟ୍ର ମଧ୍ୟାହ୍ନ ଭୋଜନରେ ଅଣ୍ଡା; ମଧ୍ୟପ୍ରଦେଶରେ ଅସୁବିଧା କ’ଣ?

647

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ଇମରତୀ ଦେବୀ କହିଛନ୍ତି, ମହାରାଷ୍ଟ୍ରରେ ୨୦୧୬-୧୭ ମସିହାରୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯାଉଛି।ସେଠାରେ ବିଜେପିର କୌଣସି ଆପତ୍ତି ନାହିଁ।କିନ୍ତୁ ଏଠି, ମଧ୍ୟପ୍ରଦେଶରେ ସେମାନେ ଏହାକୁ ବିରୋଧ କରୁଛନ୍ତି।ମୁଁ ଜାଣିପାରୁନି ମଧ୍ୟପ୍ରଦେଶର ପିଲାଙ୍କ ସହିତ ବିଜେପିର କ’ଣ ଶତୃତା ରହିଛି ବୋଲି କହିଛନ୍ତି ମନ୍ତ୍ରୀ ଇମରତୀ ଦେବୀ।ସୂଚନାଯୋଗ୍ୟ ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ଦେବାକୁ ନେଇ ବିଜେପି ନେତା କହିଥିଲେ ପିଲା ଅଣ୍ଡା ଖାଇ ବଡ଼ ହେଲା ପରେ ନରଭକ୍ଷୀ ହୋଇ ନ’ଯାଆନ୍ତୁ!ଏଇ କିଛି ଦିନ ତଳେ ମଧ୍ୟପ୍ରଦେଶର ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ କହିଥିଲେ, “ସନାତନ ସଂସ୍କୃତିରେ ମାଂସାହାର ନିଷେଧ।ଯଦି ପିଲାବେଳୁ ଆମେ ଏପରି ଶିଖାଇବା ତେବେ, ବଡ଼ ହୋଇ ସେମାନେ ନରଭକ୍ଷୀ ହୋଇନ’ଯାନ୍ତୁ।ଗୋପାଳ ଭାର୍ଗବ କହିଥିଲେ ରାଜ୍ୟର ‘କୁପୋଷିତ ସରକାର’ ସେମାନଙ୍କୁ ମଧ୍ୟ ଅଣ୍ଡା ଦେଉଛନ୍ତି, ଯିଏ ଅଣ୍ଡା ଖାଇବାକୁ ଚାହୁଁ ନାହାଁନ୍ତି।ଏହାର ଉତ୍ତରରେ ମଧ୍ୟପ୍ରଦେଶ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ଇମରତୀ ଦେବୀ ଏପରି କହିଛନ୍ତି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.