ମୁମ୍ବାଇ: ରେଳ ଷ୍ଟେସନ ଉପରେ ନିୟମ ଭଙ୍ଗ କରୁଥିବା ଲୋକଙ୍କୁ ସାବଡ଼ କରିବା ପାଇଁ ପଶ୍ଚିମ ରେଲୱେ ଜମରାଜ୍ ନିଯୁକ୍ତି କରିଛି।ରେଳ ଷ୍ଟେସନ ଉପରେ ନିୟମ ଭଙ୍ଗ କରୁଥିବା, ବେନିୟମ ଭାବରେ ରେଳଧାରଣା ପାର କରୁଥିବା ଲୋକଙ୍କୁ ଜମରାଜ୍ ବେଶଭୂଷାରେ ନିଯୁକ୍ତ କର୍ମଚାରୀ କାନ୍ଧରେ ଉଠାଇ ନେଇ ଆରପିଏଫ (ରେଲୱେ ସୁରକ୍ଷା ବଳ)ଙ୍କୁ ହସ୍ତାନ୍ତର କରୁଛନ୍ତି।ରେଲୱେ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ କରି ଲେଖାଯାଇଛି, “ବେନିୟମ ଭାବରେ ରେଳଧାରଣା ଅତିକ୍ରମ କରିବା ପ୍ରାଣଘାତକ ହୋଇପାରେ।ଯଦି ଆପଣ ବେନିୟମ ଭାବରେ ରେଳଧାରଣା ଅତିକ୍ରମ କରୁଛନ୍ତି, ତେବେ ଜମରାଜ୍ ଆପଣଙ୍କ ସାମ୍ନାରେ ଠିଆ ହୋଇଛନ୍ତି।-ଦେବଦତ୍ତ ରଥ
This Yamraj ji saves lives. He catches people who are endangering their lives by trespassing the railway tracks, but to save them. This Yamraj picks people to release them safely. Please do NOT cross tracks, it's dangerous. pic.twitter.com/PT81eYVajL
— Western Railway (@WesternRly) November 7, 2019