Home ଓଡ଼ିଶା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ଅଛି – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ଅଛି – ଧର୍ମେନ୍ଦ୍ର ପ୍ରଧାନ

479

ସାମ୍ବାଦିକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଫନୀ ଦୁର୍ନୀତି ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

– ଗରିବ ଲୋକମାନଙ୍କ ସଠିକ୍ ତାଲିକା ଆଧାରରେ ଘର ନିର୍ମାଣ ପାଇଁ ଟଙ୍କା ଦିଆଯାଉ
– ମୋଦି ଦେଉଥିବା ଟଙ୍କାକୁ ଏପଟସେପଟ କରିବା ଉଚିତ୍ ନୁହେଁ
– ଦୁର୍ନୀତି କଲେ ଗରିବ ଲୋକଙ୍କ ଅଭିଶାପ ପଡିବ
– ଗରିବଙ୍କ ବଂଚିତ କରିବା ଅନୁଚିତ, ତ୍ରୁଟି ସୁଧାରିବା ଦରକାର

ପୁରୀ, ଅକ୍ଟୋବର ୩୧ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନରେନ୍ଦ୍ର ମୋଦି ସରକାରଙ୍କ ଗୋଟିଏ ମହତ୍ୱକାଂକ୍ଷୀ ଯୋଜନା। ଏହି ଯୋଜନାରେ ରାଜ୍ୟ ସରକାରଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଗଣମାଧ୍ୟମର ଏ ସମ୍ପର୍କିତ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଛୋଟ ମନ କଲେ କାମ ହୁଏନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ୬୦ ଭାଗ ଟଙ୍କା କେନ୍ଦ୍ର ସରକାର ଦେଉଥିବା ବେଳେ ରାଜ୍ୟ ସରକାର ୪୦ ଭାଗ ଟଙ୍କା ଦେଉଛନ୍ତି। ଗରିବ ଲୋକମାନଙ୍କ ସଠିକ୍ ତାଲିକା ଆଧାରରେ ଘର ନିର୍ମାଣ ପାଇଁ ଟଙ୍କା ଦିଆଯାଉ। ମୋଦି ଦେଉଥିବା ଟଙ୍କାକୁ ଏପଟସେପଟ କରିବା ଉଚିତ୍ ନୁହେଁ। ଦୁର୍ନୀତି କଲେ ଅଭିଶାପ ପଡିବ। ଯିଏ ପାପ କରିବ ସେ ଫଳ ଭୋଗିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଫନୀ ଅର୍ଥ ଦୁର୍ନୀତି ଅଭିଯୋଗ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବହୁତ ଥିଲାବାଲା ଲୋକ ଅର୍ଥାତ୍ ଆଂଶିକ ଘର ଭାଙ୍ଗିଥିବା କିଛି ଲୋକମାନେ ଫନୀ ସହାୟତା ପାଇଥିବା ଅଭିଯୋଗ ହୋଇଛି। ଏହି କାମରେ ଭୁଲ ଭଟକା ହୋଇ ପାରେ ମାତ୍ର ଏହାକୁ ସୁଧାରିବାର ଆବଶ୍ୟକତା ଅଛି। ସେ କହିଛନ୍ତି ଯେ ମୋଦିଙ୍କ ସରକାରରେ ବାତ୍ୟା ଫନୀ ପରେ ଓଡିଶାକୁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଆସିଛି। ତେବେ ଏହି ସବୁ ପ୍ରସଙ୍ଗରେ କାହାକୁ ବିଶେଷ ଭାବରେ ଗରିବ ଲୋକମାନଙ୍କୁ ବଂଚିତ କରିବା ଅନୁଚିତ, ତ୍ରୁଟି ସୁଧାରିବା ଦରକାର। ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.