ନୟାଗଡ଼, ୨୯/୧୦, (ଓଡ଼ିଆ ପୁଅ ପି ନାୟକ): ପୁଣି ଭାରାରେ ବୁହା ହୋଇଛନ୍ତି ପ୍ରସୂତି। ବାରମ୍ବାର ଏନେଇ ଖବର ପ୍ରସାରଣ ପରେ ବି ଲୋକଙ୍କ ପାଇଁ କିଛି ସୁବିଧା କରାଯାଉନାହିଁ। ତେବେ ଏହି ଘଟଣା ଆଜି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଯାକେଡ଼ା ପଂଚାୟତ ଅନ୍ତର୍ଗତ କେନ୍ଦୁବଣିଆ ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ କେନ୍ଦୁବଣିଆ ଗାଁର କୁଲମଣି ଡାକୁଆଙ୍କ ସ୍ତ୍ରୀ ସୁଲତା ଡାକୁଆ ଗର୍ଭବତୀ ଥିବା ବେଳେ ଆଜି ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ମାତ୍ର ଗାଁକୁ ରାସ୍ତା ନଥିବାରୁ କୌଣସି ଗାଡ଼ି ଗାଁରେ ପହଞ୍ଚିପାରିନଥିବା ଫଳରେ ଗାଁ ଲୋକେ ବାଧ୍ୟ ହୋଇ କାଦୁଅ ରାସ୍ତାରେ ପ୍ରାୟ ୫ କିଲୋମିଟର ଯାଏ ରାସ୍ତାରେ ଭାରରେ ବୋହିଥିଲେ।