ଭୁବନେଶ୍ୱର ୨୩/୧୦ (ଓଡ଼ିଆ ପୁଅ) : ଓଡିଶାରେ ଦୀର୍ଘଦିନ ଧରି ବିଜୁ ଜନତା ଦଳ ସରକାରରେ ଥିବା ସତ୍ୱେ ମହିଳାମାନଙ୍କୁ ସୁରକ୍ଷା ଦେଇପାରିଲା ନାହିଁ। ପ୍ରତିଦିନ ମହିଳା ଏଠି ଦୁର୍ଷ୍କମରେ ଶିକାର ହେଉଛି। କଠୋର ଆଇନର ବ୍ୟବସ୍ଥା ଥିଲେ ମଧ୍ୟ ଶାସକଦଳର ପୃଷ୍ଠପୋଷକତାରେ ଅପରାଧୀମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି। ଇତିଶ୍ରୀ, ବେବିନା, ମାଧବିଲତା, କୁନ୍ଦୁଳି ପୀଡିତାଠୁ ଆରମ୍ଭ କରି ଏବେ ସ୍ମିତାରାଣୀଙ୍କ ସମେତ ହଜାର ହଜାର ମହିଳାଙ୍କ ମୃତ୍ୟୁ ହେବା ପରେ ବି ସେମାନେ ନ୍ୟାୟ ପାଇବାରୁ ବଂଚିତ ରହିଛନ୍ତି। ୨୦୧୭ ବାର୍ଷିକ ଜାତୀୟ କ୍ରାଇମ ରିପୋର୍ଟ ଅନୁଯାୟୀ ମହିଳାମାନଙ୍କ ବିରୋଧରେ ଅପରାଧ ବଢ଼ିଛି। ରାଜ୍ୟରେ ୨୦୧୬ ତୁଳନାରେ ୨୦୧୭ରେ ଧର୍ଷଣ ମାମଲା ୯.୭ ପ୍ରତିଶତ ବୃଦ୍ଧି ହୋଇଛି। “ମା’ କୁ ସମ୍ମାନ”ର ନାରା ଦେଉଥିବା ଶାସକ ବିଜେଡି କିଭଳି ମହିଳାଙ୍କୁ ସୁରକ୍ଷା ଏବଂ ସମ୍ମାନ ଦେଉଛି ତାହା ଏହି ରିପୋର୍ଟରୁ ଜଣା ପଡୁଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଜେଡି ଶାସନରେ ଓଡିଶାରେ ମହିଳା ଅସୁରକ୍ଷିତ ଏବଂ ଅସମ୍ମାନିତ। ୨୦୧୭ ଜାତୀୟ କ୍ରାଇମ ରିପୋର୍ଟ ଅନୁଯାୟୀ ଅନୁଯାୟୀ ଓଡିଶାରେ ମହିଳାଙ୍କ ବିରୁଦ୍ଧରେ କ୍ରାଇମ ୯୪.୫ ପ୍ରତିଶତ ରହିଛି। ୨୦୧୫ ମସିହାରେ ମହିଳାଙ୍କ ବିରୋଧରେ ୧୭, ୨୦୦ ଅପରାଧିକ ମାମଲା ରୁଜୁ ହୋଇଥିବା ସମୟରେ ୨୦୧୬ରେ ୧୭, ୮୩୭ ଏବଂ ୨୦୧୭ରେ ଏହା ବୃଦ୍ଧି ହୋଇ ୨୦, ୦୯୮ରେ ପହଂଚିଛି। ମହିଳାଙ୍କ ବିରୁଦ୍ଧରେ କ୍ରାଇମ ଭାରତରେ ୫.୬ ପ୍ରତିଶତ ସେୟାର ଓଡିଶାର ରହିଛି। ମହିଳାଙ୍କୁ ଅସଦାଚରଣ କରିବାରେ ଓଡିଶାର କ୍ରାଇମ ରେଟ୍ ୨୪.୫ ପ୍ରତିଶତ ରହିଛି। ୫୨୨୦ଟି ମାମଲା ମହିଳା ଅସଦାଚରଣ ପାଇଁ ରୁଜୁ ହୋଇଛି। ମହିଳାମାନଙ୍କୁ ଉଲଗ୍ନ କରିଦେବା ମାମଲା ମଧ୍ୟ ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ଏହି ମାମଲା ୨୦୧୭ରେ ୧୧.୬ ପ୍ରତିଶତ ବୃଦ୍ଧି ହୋଇଛି। ଭାରତୀୟ ପିଙ୍ଗଲ କୋର୍ଡରେ ମହିଳା ବିରୋଧି କ୍ରାଇମରେ ଓଡିଶା ୩ୟ ସ୍ଥାନରେ ରହିଛି ଏବଂ ୮୨.୪ ପ୍ରତିଶତ ରହିଛି। ଓଡିଶା ସେକ୍ସୁଆଲ ହାଉସମେଂଟରେ ୫.୩ ପ୍ରତିଶତ ସହ ୫ମ ସ୍ଥାନରେ ରହିଛି। ୨୦୧୭ରେ ଓଡିଶାରେ ୨୦୭୦ଟି ଦୁର୍ଷ୍କମ ସହ କ୍ରାଇମ ରେଟ ୯.୭ରେ ରହିଛି। ୬୨.୭ ପ୍ରତିଶତ ଦୁର୍ଷ୍କମ ପୀଡିତା ହେଉଛନ୍ତି ୧୮ ବର୍ଷରୁ କମ୍। ଯୈାତୁକ ଏବଂ ହତ୍ୟା ମାମଲାରେ ଓଡିଶା ୬ଷ୍ଠ ସ୍ଥାନରେ ରହିଛି। ୨୦୧୭ରେ ୨୭୭୩ ଜଣ ମହିଳାଙ୍କୁ କିଡନାପ କରାଯାଇଛି। ସେହିପରି ରାଜ୍ୟରେ ୨୫୭ ଷ୍ଟକିଙ୍ଗ କେସ୍ ରେଜିଷ୍ଟର ହୋଇଛି।
ଆଜି ଯେଉଁ ଏନ୍ ସିଆର୍ ବିର ରିପୋର୍ଟ ଆସିଛି, ଏ ରିପୋର୍ଟକୁ ଓଡିଶା ସରକାର ମାନିବେ କି ? ରାଜ୍ୟସରକାର ଯେଉଁ ୫-ଟିର କଥା କହି ଦିନରେ ତିନି ତିନିଟି ଜିଲ୍ଲା ବୁଲୁଛନ୍ତି, ସେ ୫-ଟିର ସଚିବ ଏବଂ ମୁଖ୍ୟମନ୍ତ୍ରୀ ଓଡିଶାର ନାରୀମାନଙ୍କୁ କିପରି ସୁରକ୍ଷିତ ରଖିବେ ସେ ନେଇ କ’ଣ ବ୍ୟବସ୍ଥା ଆପଣାଇଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି।