Home ଜିଲ୍ଲା ପରିକ୍ରମା ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତି ପାଳିତ

ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତି ପାଳିତ

128

ଭୁବନେଶ୍ୱର/ଯାଜପୁର୩ା୧୦(ଓଡିଆ ପୁଅ/ ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ କାହ୍ନୁଚରଣ ଜୁନିୟର ଓ ଡ଼ିଗ୍ରୀ କଲେଜରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ବୁଧବାର ପାଳନ କରାଯାଇଛି । ଏହି ଅବସରରେ ଏକ ସଭା ଜୁନିୟର ମହାବିଦ୍ୟାଳୟର ଅଧକ୍ଷ ସ୍ମୃତିରଞ୍ଜନ ରାୟ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା ବେଳେ ବରିଷ୍ଠ ଅଧ୍ୟାପକ ଅନିଲକୁମାର ସାହୁ, ବିରଞ୍ଚିନାରାୟଣ ଦାସ, ରଞ୍ଜନକୁମାର ସାହୁ, ଅଜୟକୁମାର ସାହୁ, କୈଳାସଚନ୍ଦ୍ର ରାଉତ, ରବିନ୍ଦ୍ର ବିଶ୍ୱାଳ, ଭାଗବତପ୍ରସାଦ ମାହାନ୍ତି, ମନ୍ମଥକୁମାର ଜେନା ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ଜଗନ୍ନାଥ ମାହାନ୍ତି, ପ୍ରତାପ ପ୍ରତିହାରୀ, ଦେବେନ୍ଦ୍ର ବେହେରା, ରବିନ୍ଦ୍ର ପରିଡା, ବାସନ୍ତି ବେହେରା, ବାସନ୍ତି ପଟନାୟକ, ଜିତେନ୍ଦ୍ର ମିଶ୍ର ପ୍ରମୁଖ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏହିବସରେ ପ୍ରବନ୍ଧ, ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପୂର୍ବାହ୍ଣରେ ମହାବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀମାନଙ୍କ ସହାୟତାରେ ଏକ ସ୍ୱଚ୍ଚ ଭାରତ, ପ୍ଲାଷ୍ଟିକ ବନ୍ଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରିଶେଷରେ ସାଂସ୍କୃତିକ ବିଭାଗର ସଂଯୋଜକ ଅଧ୍ୟାପକ ମାୟାଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।  ଡ଼ିଗ୍ରୀ ମହାବିଦ୍ୟାଳୟର କାର‌୍ୟ୍ୟକ୍ରମକୁ ଅଧ୍ୟକ୍ଷ ଡକ୍ଟର ମୋହନଚରଣ ଖୁଣ୍ଟିଆ ସଭାପତିତ୍ୱରେ ଅନୁଷ୍ଠିତ କାର‌୍ୟ୍ୟକ୍ରମକୁ ଜାତୀୟ ସେବାଯୋଜନାର ସଂଯୋଜକ ଅଧ୍ୟାପକ ବିବେକାନନ୍ଦ ଦାଶ ସଂଚାଳନା କରିଥିଲେ । ଅଧ୍ୟାପିକା ସରିତା ପୃଷ୍ଟି, ରୋଜି ମଲିକ, ଅଧ୍ୟାପକ ସନ୍ୟାସୀପ୍ରସାଦ ବାରିକ ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ଉପରେ ଛାତ୍ରଛାତ୍ରୀଙ୍କ ଉଦବୋଧନ ଦିଆଯାଇଥିଲା ବେଳେ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱଚ୍ଛ ଭାରତ ଉପରେ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ସେହିପରି ପାଲିକୋଇଲି ସ୍ଥିତ ମା’ ତାରିଣୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହଦୁର ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇ ଅଧ୍ୟକ୍ଷ ଡକ୍ଟର ରମେଶଚନ୍ଦ୍ର ଦଲେଇ ଓ ପାର୍ଥସାରଥୀ ବିଶ୍ୱାଳଙ୍କ ତତ୍ୱାବଧନାରେ ଅନୁଷ୍ଠିତ କାର‌୍ୟ୍ୟକ୍ରମକୁ ଅଧ୍ୟାପକ ଡକ୍ଟର ପ୍ରତାପଚନ୍ଦ୍ର ତ୍ରିପାଠୀ ଓ ସମରେନ୍ଦ୍ର ଦାଶ ନେତ୍ୱୃତ୍ୱରେ ଛାତାଛାତ୍ରୀ ଓ କର୍ମଚାରୀମାନେ ମହାବିଦ୍ୟାଳୟ ପରସର, ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ ଓ ଶିଶୁମନ୍ଦିର ପରିସର ସଫେଇ କରିଥିଲେ । ପରେ ପ୍ରାଥମିକି ବିଦ୍ୟାଳୟକୁ ଯାଇ ରୋଗୀଙ୍କୁ ଫଳବଣ୍ଟନ କରିଥିଲେ । ଏହିଅବସରରେ ମହାବିଦ୍ୟାଳୟ ସଭାଗୃହରେ ଅଧ୍ୟକ୍ଷ ଶ୍ରୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭରେ ଗାନ୍ଧୀ ଦର୍ଶନ ଓ ସ୍ୱାଧୀନତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତକାର‌୍ୟ୍ୟକ୍ରମରେ ମୁଖ୍ୟଅତିଥିଭାବେ ଉଚ୍ଚଶିକ୍ଷବିଭାଗର ନିର୍ଦେଶକ ଯୋଗଦେଇଥିଲା ବେଳେ ଅଧ୍ୟାପକ/ ଅଧ୍ୟାପିକାମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲା ଓ ଛାତ୍ରଛାତ୍ରୀମାନେ ମଧ୍ୟ ଗାନ୍ଧୀ ଦର୍ଶନ ଉପରେ ମତବ୍ୟକ୍ତ କରିଥିଲେ । ଉଭୟ ମହାବିଦ୍ୟାଳୟର ସମସ୍ତଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ସ୍ଥିତ ଠାକୁରପାଟଣା ଯୁବପରିଷଦ ଓ ନହେରୁ ଯୁବକେନ୍ଦ୍ର ସଙ୍ଗଠନପକ୍ଷରୁ ବୁଧବାର ଗାନ୍ଧିଜୀଙ୍କ ୧୫୦ ତମ ଓ ଶାସ୍ତ୍ରୀ ୧୧୫ତମ ଜୟନ୍ତୀ ପାଳନ କରାଯାଇଛି । ଅନୁଷ୍ଠିତ କାର‌୍ୟ୍ୟକ୍ରମ ଯୁବପରିଷଦର ବରିଷ୍ଠସଭ୍ୟ ନୟନଦୀପ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଗାଁ ଠାକୁରବାଡି ପ୍ରାଙ୍ଗଣରେ ପାଳନ କରାଯାଥିଲା । ଅତିଥିଭାବେ ସ୍ୱେଚ୍ଛାସେବୀ ବିନୋଦ ବିହାରି ସାହୁ ଯୋଗଦେଇ ଗାନ୍ଧିଜୀଙ୍କର ସ୍ୱଚ୍ଛତା ଓ ଅହିଂସା ନୀତି ଉପରେ ଆଲୋକପାତ କରିଥିଲେ । ପରିଷଦର ସଭାପତି ପ୍ରଶାନ୍ତକୁମାର ସାହୁ ‘ଫିଟ୍ ଇଣ୍ଡିଆ’ର ପ୍ଲାଷ୍ଟିକ ବର୍ଜନ ଓ ସୁସ୍ଥ ପରିବେଶ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଗୋପାଳଚନ୍ଦ୍ର ଦାସ ଓ ପ୍ରଦୀପକୁମାର ସାହୁ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନାର୍ଦଶ ଉପରେ ବକ୍ତବ୍ୟ ରଖିଥିଲେ । ଶେଷରେ ସଂପାଦକ ଉମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱଚ୍ଛତା ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ଠାକୁରବାଡିରୁ ବାହାରି ଶଙ୍ଖଚିିଲା ଡାକ୍ତରଖାନା, ବଜାର ଆଦି ରାସ୍ତାରେ ବର୍ଷବର୍ଷ ଧରି ପଡି ରହିଥିବା ପ୍ଲାଷ୍ଟିକ ଆବର୍ଜନାକୁ ସଫା କରାଯାଇଥିଲା । କାର‌୍ୟ୍ୟକ୍ରମରେ ସହସଂପାଦକ ଦେବାଶିଷ ସାହୁ, ସାଂସ୍କୃତିକ ସଂପାଦକ ପ୍ରଦୀପ ବାରିକ, ଅବିନାଶ ସାହୁ, କ୍ରୀଡା ସଂପାଦକ ଉମାକାନ୍ତ ବିନ୍ଧାଣି, ପରମେଶ୍ୱର ମଲ୍ଲିକ, ଉଦୟନାଥ ସାହୁ, ସନ୍ତୋଷ ସାହୁ, ମାୟାଧର ସାହୁ, ଦେବେନ୍ଦ୍ର ଦାସ, ରମେଶ ବେହେରା ଆଦି ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.