Home କୋରାପୁଟ ବକେୟା ଦରମା ନ  ଦେଲେ ପୁଣି ୬ ରୁ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ

ବକେୟା ଦରମା ନ  ଦେଲେ ପୁଣି ୬ ରୁ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ

204

କୋରାପୁଟ ୦୩-୧୦(ଓଡିଅ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ କଲେଜ ଓ ହସପିଟାଲରେ କାର୍ଯ୍ୟରତ ସୁରକ୍ଷାକର୍ମି ଓ ଝାଡୁଦାରମାନଙ୍କ ବକେୟା ଦରମା ୫ ତାରିଖ ସୁଦ୍ଧା ନ ଦେଲେ ୬ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲାପାଳଙ୍କୁ ଦେଇଥିବା ସ୍ମାରକପତ୍ରରୁ ଜଣାପଡିଛି ।
ଅଭିରାମ କ୍ୟାର ଟେକିଂ ଏକ୍ସପୋର୍ଟ ସର୍ଭିସ ଦ୍ୱାରା  ମେଡିକାଲ କଲେଜ ହସପିଟାଲରେ ନିୟୋଜିତ ସୁରକ୍ଷାକର୍ମିମାନେ ୫ ମାସର ବକେୟା ଦରମା ପ୍ରଦାନ ଦାବିରେ ଗତମାସ ୨୦ ଓ ୨୧ ତାରିଖ ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ।ଗତମାସ ୩୦ ତାରିଖ ସୁଦ୍ଧା ୨ ମାସର  ଓ ୫ ତାରିଖ ପୂର୍ବରୁ ବାକି ୩ ମାସର ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶୃତିପାଇବା ପରେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଯାଇଥିଲେ ।କୋରାପୁଟ ବିଧାୟକ ରଘୁରାମ ପଡାଲ ଧାରଣାସ୍ଥଳକୁ ଆସି ଠିକାସଂସ୍ଥା ସହ ଫୋନ ଯୋଗେ କଥାବାର୍ତା ହେବା ଓ ପ୍ରତିଶୃତି ପାଇବା ପରେ ସୁରକ୍ଷାକର୍ମି ଏବଂ ଝାଡୁଦାରମାନେ କାର୍ଯ୍ୟରେ ଯୋଗଦେଇଥିଲେ ।ଗତମାସ ୨୪ ତାରିଖରେ ଗୋଟିଏ ମଙ୍କସର ଦରମା ପ୍ରଦାନ କରାଯାଇଥିବାରୁ ଆଜି  ସୁରକ୍ଷାକର୍ମି ଓ ଝାଡୁଦାରମାନେ ହସପିଟାଲର ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଦଶହରାପର୍ବ ଥିବାରୁ ତୁରନ୍ତ ବକେୟା ଦରମା ପ୍ରଦାନ କରିବାକୁ ଦାବି କରିଥିଲେ ।କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟିବାକୁ ପ୍ରଶାସନିକ ଅଧିକାରୀ ପ୍ରକାଶ କରିଥିବାରୁ ସିଡିଏମଓଙ୍କୁ ଭେଟିବାକୁ  ଯାଇଥିଲେ ।କୋରାପୁଟ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦଧିବାମନ ତ୍ରୀପାଠୀ ଅସାମର୍ଥ ପ୍ରକାଶ କରି ଠିକାସଂସ୍ଥା ସହ ଯୋଗାଯୋଗ କରିବାକୁ କହିଥିଲେ ବୋଲି ସୁରକ୍ଷାକର୍ମିମାନେ ସୂଚନା ଦେଇଥିଲେ ।ଏହାପରେ  କୋରାପୁଟ ଜିଲ୍ଲାପାଳଙ୍କୁ ଭେଟିବାକୁ  ଯାଇଥିଲେ କିନ୍ତୁ ଜିଲ୍ଲାପାଳଙ୍କୁ ଭେଟି ପାରି ନ ଥିଲେ ।ପ୍ରତିଶୃତି ଦେଇଥିବା ସତ୍ୱେ ନ ମିଳିବାରୁ କିପରି ଦଶହରା ପର୍ବ ପାଳନ କରିବୁ ବୋଲି  ମାଳତି ଚେଟ୍ଟୀ , ମଂଜୁଲା ଖରା , ଗୀତା ମଣ୍ଡଳ ପ୍ରମୁଖ ଝାଡୁଦାରମାନେ ଅଶ୍ରଭରା ଚକ୍ଷୁରେ ଆଲୋଚନା କରୁଥିବା ନଜର କରାଯାଇଥିଲା ।୫ ତାରିଖ ସୁଦ୍ଧା ଯଦି ବକେୟା ଦରମା ନ ମିଳେ ତେବେ ୬ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି ।
ଉକ୍ତ ଠିକାସଂସ୍ଥା ସହ କୋରାପୁଟ ସଦର ମହକୁମା ଡାକ୍ତରଖାନା ସହ ଚୁକ୍ତି ହୋଇଥିଲା ।କୋରାପୁଟ ସଦର ମହକୁମା ଡାକ୍ତରଖାନା ଜୟପୁରକୁ  ସ୍ଥାନାନ୍ତରିତ ହେବ ପରେ ଗତବର୍ଷ ଅକ୍ଟୋବରମାସରୁ ଉକ୍ତ ସଂସ୍ଥା ଅର୍ଥ ପାଇ ନ ଥିବା ଜଣାପଡିଛି ।ଅର୍ଥ ପାଇ ନ ଥିବାରୁ ଉକ୍ତ ସଂସ୍ଥା ଠିକା କର୍ମଚାରୀମାନଙ୍କୁ ବକେୟା ଦରମା ପ୍ରଦାନ କରିବାରେ ଅସମର୍ଥ ହେଉଥିବା ଜଣାପଡିଛି ।ରୋଗୀ କଲ୍ୟାଣ ସମିତିରେ ଅର୍ଥ ନାହିଁ କେବଳ ଗୋଟିଏ ମାସର ଦରମା ଦେଇହେବ ବୋଲି ସିଡିଏମଓ ଡାକ୍ତର ତ୍ରୀପାଠୀ ପ୍ରକାଶ କରିଥିବା ବେଳେ ଠିକାକର୍ମଚାରୀମାନେ ସମସ୍ତ ବକେୟା ଦରମା ପ୍ରଦାନ କରିବାକୁ ଦାବି କରିଥିଲେ ।ଯଦି ରୋଗୀ କଲ୍ୟାଣ ସମିତିରେ ଅର୍ଥ ନାହିଁ ତେବେ ଗୋଟିଏ ମଙ୍କସର ଦରମା କିପରି ପ୍ରଦାନ କରିବେ ତାହାକୁ  ନେଇ ଠିକାକର୍ମଚାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି ।ରାଜ୍ୟ ସରକାର ନିର୍ମଳ ଯୋଜନାରେ ଅର୍ଥ ପ୍ରଦାନ କରିଥିବା କୁହାଯାଉଥିବା ବେଳେ ଜିଲ୍ଲାପ୍ରଶାସନ ଉକ୍ତ ଅର୍ଥରୁ  କାହିଁକି ବକେୟା ଦରମା ପ୍ରଦାନ କରୁନାହାନ୍ତି ବୋଲି  ଆଲୋଚ୍ୟର ବିଷୟ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.