ଭୁବନେଶ୍ୱର: ମଲାଗୁଣୀ ନଦୀରେ ବନ୍ୟା ଆସିଲେ ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅନ୍ତର୍ଗତ ଜଳେଶ୍ୱର ଦେବ ରୁହନ୍ତି ଜଳ ଘେରରେ।ଲଗାଣ ବର୍ଷା ହେଲେ ମଲାଗୁଣି ନଦୀ ବଢ଼ି ପାଣି ମନ୍ଦିର ବେଢ଼ା ଭିତରେ ପ୍ରବେଶ କରିଯାଏ।ମନ୍ଦିର ଭିତରେ ମଧ୍ୟ ପାଣି ପ୍ରବେଶ କରି ଜଳ ଭିତରେ ବୁଡ଼ି ରୁହନ୍ତି ଶିବଲିଙ୍ଗ।ତେବେ ନଦୀ ବଢ଼ି ପାଣି ବେଢ଼ା ଦେଇ ମନ୍ଦିର ଭିତରକୁ ତ’ ପ୍ରବେଶ କରେ।କିନ୍ତୁ, ଏଠାରେ ଶିବଲିଙ୍ଗ ଶକ୍ତି ଭିତର ସହ ନଦୀର ସଂଯୋଗ ରହିଥିବା କୁହାଯାଏ।ତେଣୁ ବେଢ଼ା ଦେଇ ପାଣି ଆସିବା ପୂର୍ବରୁ ଶିବଲିଙ୍ଗ ତଳ ଶକ୍ତି ଭିତରେ ପାଣି ଆସି ଯାଇଥାଏ।//ଦେବଦତ୍ତ ରଥ