ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଏବଂ ବରିଷ୍ଠ ଓକିଲ ରାମଜେଠା ମାଳିନୀଙ୍କ ଦେହାନ୍ତ ପରେ ଉତ୍ତରପ୍ରଦେଶ ଏବଂ ବିହାର କୋଟାର ଖାଲି ପଡ଼ିଥିବା ଦୁଇ ରାଜ୍ୟସଭା ଆସନ ପାଇଁ ଅକ୍ଟୋବର ୧୬ ତାରିଖରେ ଉପନିର୍ବାଚନ ହେବ।ଏବଂ ସେହି ୧୬ ତାରିଖରେ ହିଁ ଫଳାଫଳ ପ୍ରକାଶ ପାଇବ।ନିର୍ବାଚନ ଆୟୋଗ ଏ’ ନେଇ ସୂଚନା ଦେଇଛନ୍ତି।ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଏ’ ନେଇ ଅଧିସୂଚନା ଜାରି ହେବ।ନାମାଙ୍କନ ପତ୍ର ଦାଖଲ ପାଇଁ ଅକ୍ଟୋବର ୪ ଶେଷ ତାରିଖ, ନାମାଙ୍କନ ପତ୍ର ଯାଞ୍ଚ ଅକ୍ଟୋବର ୫ ତାରିଖ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଅକ୍ଟୋବର ୯ ତାରିଖ ରହିବ।ସୂଚନାଯୋଗ୍ୟ ଯେ ଅରୁଣ ଜେଟଲୀ ବିଜେପି ସମର୍ଥନରେ ଉତ୍ତର ପ୍ରଦେଶରୁ ଏବଂ ରାମଜେଠା ମାଳିନୀ ଜେଡିୟୁ ସମର୍ଥନରେ ବିହାର କୋଟାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।ଉତ୍ତର ପ୍ରଦେଶରେ ବିଧାନସଭା ଆସନ ସଂଖ୍ୟା ୪୦୪ ଏବଂ ବିହାରରେ ୨୪୩ ରହିଛି।//ଦେବଦତ୍ତ ରଥ








