ଭୁବନେଶ୍ଵର,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ଶ୍ରୀମନ୍ଦିର ସୁରକ୍ଷା ପାଇଁ ପୁରୀବାସୀଙ୍କ ତ୍ୟାଗକୁ ଏ ଜାତି କେବେ ବି ଭୁଲିବ ନାହିଁ। ଟ୍ଵିଟ୍ କରି ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ କହିଛନ୍ତି କି, ଆପଣମାନଙ୍କ ଅସୁବିଧା ଓ କ୍ଷତିର ଭରଣା ପାଇଁ ସରକାର ସବୁ ବେଳେ ସାଥିରେ ରହିଛି। ଏଥି ସହିତ ସଂସ୍କୃତିର ପ୍ରତୀକ ମଠ ଐତିହ୍ୟ ଓ କୀର୍ତ୍ତିରାଜିର ପୁନର୍ବିକାଶ ଓ ଦେବାଦେବୀଙ୍କ ଗାଦିର ସଂରକ୍ଷଣ ଦିଗରେ ଘୋଷଣା ହୋଇଥିବା ପ୍ୟାକେଜ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆପଣମାନେ କରିଥିବା ତ୍ୟାଗକୁ ଏ ଜାତି କେବେ ଭୁଲିବ ନାହିଁ। ଆପଣମାନଙ୍କ ସୁବିଧା ଓ କ୍ଷତିର ଭରଣା ପାଇଁ ଆମ ସରକାର ସବୁବେଳେ ସାଥିରେ ରହିଛି। ଏଥିସହିତ ଆମ ସଂସ୍କୃତିର ପ୍ରତୀକ ମଠ ଐତିହ୍ୟ ଓ କୀର୍ତ୍ତିରାଜିର ପୁନର୍ବିକାଶ ଓ ଦେବାଦେବୀଙ୍କ ଗାଦିର ସଂରକ୍ଷଣ ଦିଗରେ ଆଜି ଘୋଷଣା ହୋଇଥିବା ପ୍ୟାକେଜ ସହାୟକ ହେବ। pic.twitter.com/NOx2z9Iqy1
— Naveen Patnaik (@Naveen_Odisha) September 2, 2019