Home ଆନ୍ତର୍ଜାତୀୟ ଜାହାଜରେ ନିଆଁ, ୮ ମୃତ

ଜାହାଜରେ ନିଆଁ, ୮ ମୃତ

453

କାଲିଫର୍ଣ୍ଣିଆ,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ଦକ୍ଷିଣ କାଲିଫୋର୍ଣ୍ଣିଆ ଉପକୂଳରେ ଜାହାଜରେ ଅଗ୍ନିକାଣ୍ଡ । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ନିଖୋଜ ଅଛନ୍ତି । ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଜାହାଜର ୬ ଜଣ କ୍ରିୟୁ ମେମ୍ବରଙ୍କ ସମେତ ୩୯ ଜଣ ଥିଲେ । ନିଆଁ ଲାଗିବା ପରେ ୫ ଜଣ କ୍ରିୟୁ ମେମ୍ବର ଜୀବନ ବଞ୍ଚାଇ ପାଣିକୁ ଡେଇଁ ପଡ଼ିଥିଲେ । ଏବେ ବି ୨୬ ଜଣ ନିଖୋଜ ଅଛନ୍ତି । ୭୫ ଫୁଟ ଲମ୍ବର ଏହି ବ୍ୟବସାୟିକ ଜାହାଜଟି ୩୩ ଜଣ ଯାତ୍ରୀଙ୍କୁ ନେଇ ଆସୁଥିଲା । ସାନ୍ତାକ୍ରୁଜ୍‌ ଆଇଲାଣ୍ଡ ଉପକୂଳର ୨୦ ମିଟର ପୂର୍ବରୁ ଜାହାଜରେ ନିଆଁ ଲାଗିଯାଇଥିଲା । ଗତକାଲି ରାତିରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ୪ ଜଣଙ୍କ ମୃତ ଦେହ ମିଳିଥିବା ବେଳେ ଅନ୍ୟ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇନାହିଁ । ଆଜି ସକାଳଠାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.