Home ଓଡ଼ିଶା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

289

ସମ୍ବଲପୁର,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସରେ ଲାଗିଲା ନିଆଁ। ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ମାନେଶ୍ୱର ଓ ସିଟି ଷ୍ଟେସନ ମଧ୍ୟରେ ଟ୍ରେନର ବ୍ରେକରେ ନିଆଁ ଲାଗିଯାଇଥିଲା। ଏହା ଜାଣିବା ପରେ ଡ୍ରାଇଭର ଟ୍ରେନର ବ୍ରେକ ମାରି ରେଲୱେ ସୁରକ୍ଷା ବାହିନୀଙ୍କୁ ଖବର ଦେଇଥିଲେ। ରେଲୱେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପରେ ଟ୍ରେନଟି ପୁରୀ ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.