Home ଓଡ଼ିଶା ଦୀର୍ଘ ୩୫ ଧରି ପୋଲିସକୁ ଦେଉଥିଲା ଚକମା

ଦୀର୍ଘ ୩୫ ଧରି ପୋଲିସକୁ ଦେଉଥିଲା ଚକମା

800

ନୂଆଦିଲ୍ଲୀ,୦୧/୦୯,(ଓଡ଼ିଆ ପୁଅ ପି ନାଏକ):’ଧୁମ 2’ ରେ ହ୍ରିତିକ ରୋଶନର ଚରିତ୍ର ତ ଆପଣ ମାନେ ଦେଖିଥିବେ ନିଶ୍ଚୟ । ଯେଉଁଥିରେ ସେ ନିଜ ଚୋରିକୁ ସଫଳ କରିବା ପାଇଁ ଭିନ୍ନ ଭିନ୍ନ ବେଶ ବଦଳାଇ ଲୋକମାନଙ୍କ ମଧ୍ୟରେ ରହୁଥିବାର ନଜରକୁ ଆସିଥିଲା । କେବେ ବାବା ରୂପ ଧରି ତ କେବେ ନାରୀ ରୂପ ଧରି ଚୋର ପୋଲିସକୁ ଚଖମା ଦେଉଥିବାର ଦୃଶ୍ୟ ତ ଆପଣମାନେ ନିଶ୍ଚୟ ଦେଖିଥିବେ । ଏହାକୁ ଦେଖିବା ପରେ ଆମେ ଭାବୁଥିଲେ ଯେ ଏତେ ସହଜରେ ଲୋକ ଧୋକା ଖାଇଥାନ୍ତି କିପରି ?

କିନ୍ତୁ ଏପରି କେବଳ ଚଳଚ୍ଚିତ୍ରରେ ହୋଇନଥାଏ ରିୟଲ ଲାଇଫରେ ମଧ୍ୟ ଏହା ସମ୍ଭବ ଅଟେ । ଉତ୍ତର ପ୍ରଦେଶରେ କିଛି ଏପରି ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଅପରାଧୀ ଯିଏକି ମର୍ଡର ଏବଂ ରେପ ଭଳି ଅପରାଧରେ ସମ୍ପୃକ୍ତ ସେ ବେଶ ବଦଳାଇ ପୋଲିସକୁ ବର୍ଷେ କିମ୍ବା ଦୁଇବର୍ଷ ନୁହେଁ ବରଂ ୩୫ ବର୍ଷ ପର୍ଯ୍ୟନ୍ତ ଧୋକା ଦେଇ ଆସୁଥିଲା । ସୂଚନା ଅନୁଯାୟୀ ରୋଷ ନାରାୟଣ ଶାସ୍ତ୍ରୀ ନାମକ ଏହି ବ୍ୟକ୍ତି ଜଣକ ସାଧୁଙ୍କର ରୂପ ନେଇ ଦୀର୍ଘବର୍ଷ ଧରି ନିଜକୁ ପୋଲିସଠାରୁ ବଞ୍ଚାଇବାକୁ ଚେଷ୍ଟା କରି ଆସୁଥିଲେ ।

୧୯୮୨ ମସିହାରେ ଉନ୍ନାଓରୁ ଏହି ଘଟଣାର ଆରମ୍ଭ ହୋଇଥିଲା । ୨୦ ବର୍ଷ ବୟସରେ ଶାସ୍ତ୍ରୀ ନିଜ ପଡୋଶୀଙ୍କୁ ଜୀବନରୁ ମାରି ଦେଇଥିଲେ । ଆଉ ଏହାପରେ ସେ ଫେରାର ହୋଇଯାଇଥିଲେ । ପୋଲିସର କହିବା ଅନୁଯାୟୀ ଫେରାର ହୋଇଯିବା ପରେ ୨୦୧୩ ମସିହାରେ ତାଙ୍କ ବିଷୟରେ କାନପୁରରୁ ଖବର ମିଳିଥିଲା ଏବଂ ସେଠାରେ ମଧ୍ୟ ସେ ଗୋଟେ ଝିଅକୁ ଧର୍ଷଣ କରିବା ସହ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା ମାତ୍ର କିଛିଦିନ ପରେ ସେ ଜାମିନରେ ବାହାରକୁ ଆସିଥିଲେ ଏବଂ ଏହି ମୌକାର ଫାଇଦା ଉଠାଇ ସେ ପୁଣିଥରେ ଫେରାର ହୋଇଯାଇଥିଲେ ।

୩୫ ବର୍ଷ ପର୍ଯ୍ୟନ୍ତ ସେ ଜଣେ ସାଧୁଙ୍କ ରୂପରେ ବାରମ୍ବାର ନିଜ ମୋବାଇଲ ନମ୍ବର ଏବଂ ଲୋକେସନ ବଦଳାଇ ଚାଲିଥିଲେ କିନ୍ତୁ ଦୀର୍ଘ ୩୫ ବର୍ଷ ପରେ ଶେଷରେ ପୋଲିସ ତାଙ୍କ ଠିକଣା ଖୋଜି ବାହାର କରିଥିଲା । ଶାସ୍ତ୍ରୀ ଏତେଥର ନିଜର ମୋବାଇଲ ନମ୍ବର ଏବଂ ଲୋକେସନ ବଦଳାଇଥିଲେ ଯେ ତାଙ୍କୁ ଖୋଜି ବାହାର କରିବା ପୋଲିସ ପାଇଁ କାଠିକର ପାଠ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.