Home ଓଡ଼ିଶା ଆଜି ହେବ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି

ଆଜି ହେବ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି

774

ନୂଆଦିଲ୍ଲୀ,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ): ଭାରତୀୟ ମହିଳା ଏବଂ ପୁରୁଷଙ୍କ ପାଇଁ ବିବାହ ବୟସକୁ ଏକା ସମାନ କରିବା ଦାବିରେ ଏକ ଜନହିତ ପିଟିସନ ଦାଖଲ କରାଯାଇଛି। ଭାଜପା ନେତା ଏବଂ ଓକିଲ ଅଶ୍ବିନୀ କୁମାର ଉପାଧ୍ୟରୟଙ୍କର ଏହି ପିଟିସନ ଉପରେ ଆଜି ଶୁଣାଣି ହେବ।

ଉପସ୍ଥାପନା କରାଯାଇଥିବା ପିଟିସନରେ କୁହାଯାଇଛି ଦେଶରେ ବିବାହ ପାଇଁ ବୟସର ନିର୍ଦ୍ଧାରଣ କରାଯାଇଛି। ଏହି ବ୍ୟବସ୍ଥା ସମ୍ବିଧାନରେ ଦିଆଯାଇଥିବା ସମାନତା ଅଧିକାର ଏବଂ ମହିଳାଙ୍କ ଗରୀମାର ବିରୁଦ୍ଧ ଅଟେ। ଏଥିପଇଁ ଏହି ବ୍ୟବସ୍ଥାକୁ ଶେଷ କରିବା ପାଇଁ ବିବାହ ବୟସକୁ ଏକା ସମାନ କରାଯାଉ।

ପିଟିସନରେ ଏହା କୁହାଯାଇଛି ବର୍ତ୍ତମାନ ଥିବା ବ୍ୟବସ୍ଥାରେ ବିବାହର ନ୍ୟୁନତମ ବୟସ ପୁରୁଷଙ୍କ ପାଇଁ ୨୧ ବର୍ଷ ଏବଂ ମହିଳାଙ୍କ ପାଇଁ ୧୮ ବର୍ଷ ରଖାଯାଇଛି। ଏମିତି ଇଣ୍ଡିଆନ ଖ୍ରିଷ୍ଟିୟାନ ମ୍ୟାରେଜ୍ ଆକ୍ଟ, ପାରସୀ ମ୍ୟାରେଜ ଆକ୍ଟ ଆଣ୍ଡ ଡିଭର୍ସ ଆକ୍ଟ, ସ୍ପେଶାଲ ମ୍ୟାରେଜ ଆକ୍ଟ, ହିନ୍ଦୁ ମ୍ୟାରେଜ ଆକ୍ଟ, ବାଳ ବିବାହକୁ ରୋକିବା ଅଧିନିୟମର ବିଭିନ୍ନ ଆଇନ ପ୍ରାବନ୍ଧନ କାରଣରୁ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.