କୋରାପୁଟ ୦୧-୦୬-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ବସଷ୍ଟାଣ୍ଡରୁ ଏକ ଅଚିହ୍ନା ବୃଦ୍ଧର ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି।ଅଚିହ୍ନା ବୃଦ୍ଧ କୋରାପୁଟ ବସଷ୍ଟାଣ୍ଡରେ ପଡିଥିବା ବେଳେ ୧୦୮ ଆମ୍ବୁଲାନ୍ସରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଅଣାଯାଇଥିଲା।ହସପିଟାଲରେ ପହଂଚିଲା ବେଳକୁ ବୃଦ୍ଧର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ।କୋରାପୁଟ ଶବ ବ୍ୟବଛେଦ ଗୃହରେ ମୃତଦେହ ରଖାଯାଇଛି।ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।