Home ଓଡ଼ିଶା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସୁଧାର ଆସୁନାହିଁ ; ବିଦ୍ୟୁତ...

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସୁଧାର ଆସୁନାହିଁ ; ବିଦ୍ୟୁତ ଗଲେ ମୋବାଇଲ ଆଲୁଅରେ ଡାକ୍ତର ଚିଠା ଲେଖୁଛନ୍ତି

416

କୋରାପୁଟ ୦୧-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି।ବିଦ୍ୟୁତଗଲେ ଡାକ୍ତରମାନେ ମୋବାଇଲ ଆଲୁଅରେ ଚିଠା ଲେଖୁଥିବା ନଜର କରାଯାଇଥିଲା।ଗତକାଲି ଦିନସାରା କୋରାପୁଟ ସହରରେ ବିଦ୍ୟୁତ ବିଭ୍ରାଟ ଲାଗି ରହିଥିବା ବେଳେ ହସପିଟାଲରେ ମଧ୍ୟ ସମଦଶା ଥିଲା।ସର୍ଜରୀ ଅନ୍ତଃବିଭାଗ ସଂପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା।ଡାକ୍ତର ନିଜର ମୋବାଇଲ ଟର୍ଚ୍ଚରୁ କାମ କରୁଥିବା ଦେଖାଯାଇଥିଲା।ଗତକାଲି ଦୁର୍ଘଟଣାରେ ଅନେକ ରୋଗୀ କୋରାପୁଟ ଆସିଥିଲେ।ଅନ୍ଧାର ଯୋଗୁଁ ସିଟିସ୍କାନ ଓ ଏକ୍ସରେ କରାଯାଇ ପାରି ନ ଥିଲା।ସିଟିସ୍କାନ ଓ ଏକ୍ସରେ କରିବାକୁ ଯାଇଥିବା ରୋଗୀମାନେ ଅନ୍ଧାରରେ ରହିଥିଲେ।ବିଦ୍ୟୁତ ନ ଆସିବାରୁ ସେମାନଙ୍କୁ କେତେଜଣ ସ୍ୱେଛାସେବୀ ମୋବାଇଲ ଟର୍ଚ୍ଚ ଆଲୁଅ ଦେଖାଇ ଓାର୍ଡକୁ ଫେରାଇ ଆଣିଥିଲେ। ଏ ସଂପର୍କରେ କୋରାପୁଟ ଜିଇଡି ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ ସେ କିଛି ଅଭିଯୋଗ ପାଇ ନ ଥିବା ହାଲୁକା ଭାବେ ଉତର ଦେଇଥିଲେ।ଏଠାରେ କିପରି ପରିଚାଳନା ବ୍ୟବସ୍ଥା ରହିଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ହସପିଟାଲରେ ତୁରନ୍ତ ଡିଜେଲ ଜିନେରେଟର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.